ଗୋପାଳପୁର ହ୍ୟାଣ୍ଡଲୁମ୍ ତରଫରୁ ଧୂମଧାମରେ ପାଳିତ ହେଲା ଜାତୀୟ ହସ୍ତତନ୍ତ ଦିବସ,,
ଗୋପାଳପୁର ହ୍ୟାଣ୍ଡଲୁମ୍ ତରଫରୁ ଧୂମଧାମରେ ପାଳିତ ହେଲା ଜାତୀୟ ହସ୍ତତନ୍ତ ଦିବସ ରିପୋର୍ଟ - ନିରୋଜ କୁମାର ସେଠୀ ଗୋପାଳପୁର: ଗୋପାଳପୁର ହ୍ୟାଣ୍ଡଲୁମ୍ ପରିବାର ତରଫରୁ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି ଜାତୀୟ ହସ୍ତତନ୍ତ ଦିବସ। ଏହି ବିଶେଷ ଅବସରରେ ସଂସ୍ଥା ସହିତ ଜଡ଼ିତ ସମସ୍ତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି କିଷାନ ମୋର୍ଚ୍ଛାର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ପୁଲିନ ପୁହାଣ ଏବଂ ସେଣ୍ଟ୍ରାଲ ସିଲ୍କ ବୋର୍ଡର ଶ୍ରୀମତୀ ସଞ୍ଜୁଲତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଆମର ପାରମ୍ପରିକ ହସ୍ତତନ୍ତ କଳାକୁ ଜୀବନ୍ତ ରଖିବାରେ ବୁଣାକାରମାନଙ୍କର ଅତୁଳନୀୟ ଯୋଗଦାନ ଓ ନିଷ୍ଠାକୁ ସମ୍ମାନ ଜଣାଇ ସଂସ୍ଥା ତରଫରୁ ଶ୍ରେଷ୍ଠ ବୁଣାକାରମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସମସ୍ତ ବୁଣାକାରଙ୍କ ସହ ମିଶି ଏହି ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥିଲା। ଗୋପାଳପୁର ହ୍ୟାଣ୍ଡଲୁମ୍ର ଏହି ପ୍ରଚେଷ୍ଟା ଆମର ସମୃଦ୍ଧ ସଂସ୍କୃତି ଓ ବୁଣାକାର ସମ୍ପ୍ରଦାୟର ଶ୍ରମକୁ ସମାଜ ସମ୍ମୁଖରେ ଆଣିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0