ଦେଶୀ ରନ୍ଧା ମଦ ଜବତ, ୦୩ ଗିରଫ ।*

*ଦେଶୀ ରନ୍ଧା ମଦ ଜବତ, ୦୩ ଗିରଫ ।* ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ସବିରା, ବର୍ତ୍ତନା ଓ ମୁଳୀସିଙ୍ଗ ଗ୍ରାମରେ ଚଢ଼ାଉ କରାଯାଇ ୯୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ସବିରା ଗ୍ରାମର ଲମ୍ବୋଦର ସାହୁ , ବର୍ତ୍ତନା ଗ୍ରାମର ରତିକାନ୍ତ ରଣା ଓ ମୁଳୀସିଙ୍ଗ ଗ୍ରାମର ସୁକାନ୍ତି ସିଂ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ କନେଷ୍ଟବଳ ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛିସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ

Apr 22, 2026 - 07:07
 0  5
ଦେଶୀ ରନ୍ଧା ମଦ ଜବତ, ୦୩ ଗିରଫ ।*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0