ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ।
ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ତା୨୫/୦୮/୨୦୨୬, ମଙ୍ଗଳବାର। ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଗତକାଲି ଘଟିଥିବା ହାତୀ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ଓ କର୍ତ୍ତବ୍ୟରେ ଅବହେଳା ଆକଳନ ଆଧାରରେ ବନ ବିଭାଗ ପକ୍ଷରୁ ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଶ୍ରୀ ମାନସ ଗୋଇଆ (୨୫), ବାପା ବାଇଧର, ଗ୍ରାମ ଶ୍ରୀମନ୍ତପୁର, ଥାନା ନିହାଲପ୍ରସାଦ ଏବଂ ଶ୍ରୀ କୁଷ ସିଧୁ (୨୫), ବାପା ବିଷୁ, ଗ୍ରାମ ଶ୍ରୀମନ୍ତପୁର, ଥାନା ନିହାଲପ୍ରସାଦଙ୍କୁ ଗିରଫ କରାଯାଇଛି। ଘଟଣାରେ ସେମାନଙ୍କ ଭୂମିକା ଓ ହାତୀ ମୃତ୍ୟୁର ପରିସ୍ଥିତି ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ସେହିପରି କର୍ତ୍ତବ୍ୟ ସମ୍ପାଦନରେ ଅବହେଳା ଅଭିଯୋଗରେ ଫରେଷ୍ଟର ଶ୍ରୀ ପ୍ରକାଶ କୁମାର ବାରିକଙ୍କୁ ନିଲମ୍ବିତ କରାଯାଇଛି। ପ୍ରଚଳିତ ନିୟମ ଅନୁଯାୟୀ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯିବ। ଏଥିସହ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା ଅଭିଯୋଗରେ ହାତୀ ସ୍କ୍ୱାଡ୍ର ଜଣେ ସଦସ୍ୟଙ୍କୁ ସ୍କ୍ୱାଡ୍ରୁ ବାଦ୍ ଦିଆଯାଇଛି। ହାତୀ ମୃତ୍ୟୁ ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ ଆଇନଗତ ଓ ବିଭାଗୀୟ ଉଭୟ ପ୍ରକାରର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଚାଲିଥିବା ତଦନ୍ତ ଓ ବିଭାଗୀୟ ପ୍ରକ୍ରିୟାର ଫଳାଫଳ ଆଧାରରେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0