ସରକାରୀ ଅଫିସ୍ ବି ସୁରକ୍ଷିତ ନୁହେଁ! ରାତି ଅଧରେ ପଞ୍ଚାୟତ ଅଫିସରୁ କମ୍ପ୍ୟୁଟର, ଲାପଟପ୍ ସହ ନଗଦ ଟଙ୍କା ଚୋରୀ*

*ସରକାରୀ ଅଫିସ୍ ବି ସୁରକ୍ଷିତ ନୁହେଁ! ରାତି ଅଧରେ ପଞ୍ଚାୟତ ଅଫିସରୁ କମ୍ପ୍ୟୁଟର, ଲାପଟପ୍ ସହ ନଗଦ ଟଙ୍କା ଚୋରୀ* *ବିଳମ୍ବିତ ରାତିରେ ସଇତପୁର ପଞ୍ଚାୟତ ଅଫିସରୁ ବଡ ଚୋରୀ, ବୈଶିଙ୍ଗା ଥାନାରେ ଏତଲା* *ବେତନଟୀ, ୪/୧୧:* ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନରେ ଥିବା ସଇତପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଥିବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସରକାରୀ ଅଫିସରୁ ହିଁ ଚୋରୀ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସଇତପୁର ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ଭିତରେ ପଶିଥିଲେ। ଭିତରେ ଥିବା କମ୍ପ୍ୟୁଟର, ଲାପଟପ୍, ଏଲଇଡି, ପ୍ରିଣ୍ଟର, ବ୍ୟାଟେରୀ, ଇନ-ଭାଇଟର, ନଗଦ ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଅଭିଯୋଗ ହୋଇଛି। ଅଫିସର ସମସ୍ତ ଜିନିଷ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସକାଳେ କର୍ମଚାରୀମାନେ ଅଫିସ ଖୋଲିବା ବେଳେ ତାଲା ଭଙ୍ଗା ଏବଂ ଜିନିଷ ବିଛାଡ଼ି ହୋଇ ପଡ଼ିଥିବା ଦେଖି ହତବାକ୍ ହୋଇ ଯାଇଥିଲେ। ପରେ ସଇତପୁର ସରପଞ୍ଚ ବୈଶିଙ୍ଗା ଥାନାରେ ଲିଖିତ ଏତଲା ଦେଇଛନ୍ତି। ଗୋଟିଏ ରାତିରେ ସରକାରୀ ଅଫିସରୁ ଏଭଳି ଚୋରୀ ହେବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଚୋର ଗ୍ୟାଙ୍ଗ ଲୋକାଲ ଅଞ୍ଚଳର ବୋଲି ପୋଲିସ ସନ୍ଦେହ କରୁଛି। ଖୁବ୍ ଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ପୋଲିସ କହିଛି। *ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ମୋନାଲୀ ସାହୁଙ୍କ ରିପୋର୍ଟ, ଓମ ମିଡ଼ିଆ*

Nov 5, 2026 - 19:43
 0  7
ସରକାରୀ ଅଫିସ୍ ବି ସୁରକ୍ଷିତ ନୁହେଁ! ରାତି ଅଧରେ ପଞ୍ଚାୟତ ଅଫିସରୁ କମ୍ପ୍ୟୁଟର, ଲାପଟପ୍ ସହ ନଗଦ ଟଙ୍କା ଚୋରୀ*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0