ଚାଷୀଙ୍କ ଋଣ ହଡ଼ପ କୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ,
ଚାଷୀଙ୍କ ଋଣ ହଡ଼ପ କୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ବଡଚଣା:(ସୁଶାନ୍ତ କୁମାର ବେହେରା :ଓମ ମିଡ଼ିଆ ) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଶାଖା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରେ ଚାଷୀ ମାନଙ୍କ ଋଣ ହଡ଼ପ କୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ,ରାଜ୍ୟ ଓ ଜିଲ୍ଲା ସମବାୟ ବିଭାଗ ର ମିଳିତ ତଦନ୍ତ,ବଡ଼ଚଣା ବ୍ଲକ ରଇପୁର ସମବାୟ ସମିତି ସମ୍ପାଦକ ପ୍ରଶାନ୍ତ କୁମାର ସେନାପତିଙ୍କ ବିରୋଧରେ ଋଣ ହଡ଼ପ ର ଅଭିଯୋଗ। ରଇପୁର ସମବାୟ ସମିତି କାର୍ଯ୍ୟାଳୟ ର ପଞ୍ଜିକରଣ ଚାଷୀ ମାନେ ସ୍ଥାନୀୟ ବିଧାୟକ ଅମର କୁମାର ନାୟକଙ୍କ ନିକଟରେ କିଛି ଦିନ ତଳେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ବିଧାୟକ ଶ୍ରୀ ନାୟକ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ଅବଗତ କରାଇଥିଲେ ଏହାକୁ ନେଇ ଆଜି ରାଜ୍ୟ ସମବାୟ ଅଧିକାରୀ ଓ ଜିଲ୍ଲା ସମବାୟ ଅଧିକାରୀ ମିଶି ମିଳିତ ତଦନ୍ତ ଜାରି ରଖିଛନ୍ତି,ଅଭିଯୋଗ କରିଥିବା ଚାଷୀ ମାନେ ବି ବାଲିଚନ୍ଦ୍ରପୁର ସମବାୟ ବ୍ୟାଙ୍କ ରେ ଉପସ୍ଥିତ ରହିଛନ୍ତି,ଅଧିକାରୀ ମାନେ ତନ ତନ କରି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0