ଉତ୍କଳ ଦିବସରେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର,,
ଉତ୍କଳ ଦିବସରେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର
କାମାକ୍ଷାନଗର,
କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ଉତ୍କଳ ର ବରପୁତ୍ର ମାନଙ୍କ କାର୍ଯ୍ୟ ଧାରା ଉପରେ ଏକ ଆଲୋଚନା ଚକ୍ର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଯୋଗଦେଇ କଳିଙ୍ଗ ର ବରପୁତ୍ର ମାନଙ୍କ ଉପରେ ଆଲୋଚନା କରି ଯୁବ ସମାଜ ଏଥିପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦଶ ଯୋଗଦେଇ ଉତ୍କଳ ର ଗୌରବ ମଧୁସୂଦନ ଦଶ, ଉତ୍କଳର ମଣି ଗୋପବନ୍ଧୁ ଦାସ ପ୍ରମୁଖ ମହାମନୀଷୀ ମାନଙ୍କ ର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ l ବରିଷ୍ଠ ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ସାହୁ, ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ, ଅଧ୍ୟାପକ ଚିନ୍ମୟ ମିଶ୍ର,କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଅଶ୍ୱନୀ କୁମାର ସାହୁ,ଅଧ୍ୟାପକ ଚିନ୍ମୟ ମିଶ୍ର, ଆଇନଜୀବୀ ଦିଲ୍ଲୀପ କୁମାର ବରାଳ ପ୍ରମୁଖ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଆଲୋଚନା କରି ଉତ୍କଳ ର ବରପୁତ୍ର ମାନଙ୍କ ଉପରେ ଆଲୋଚନା କରିଥିଲେ l କାମାକ୍ଷାନଗର ମହାବିଦ୍ୟାଳୟର ଛାତ୍ରୀ କୃଷ୍ଣମୟୀ ବିଶ୍ୱାଳ, ଏଇ ଅବସରରେ ଉତ୍କଳ ଦିବସ ସଂପର୍କିତ କବିତା ପାଠ ଅନୁଷ୍ଠିତ ହୋଇଥିଲା l ଏଥିରେ ଦେବୀପ୍ରସାଦ ନାୟକ, ସନ୍ତୋଷ କୁମାର ମିଶ୍ର, ଗଜେନ୍ଦ୍ର କୁମାର ନାୟକ, ଜଳଧର ସ୍ୱାଇଁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ତଥା ପାଠକ ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକଟ୍ୱରେ ଅନୁଷ୍ଠିତ କାର୍ଯକ୍ରମ ରେ ସଦସ୍ୟ ବସନ୍ତ କୁମାର ସାହୁ,ପ୍ରହ୍ଲାଦ ମୁଦୁଲି,ଜଗନ୍ନାଥ ଗଡ଼ନାୟକ,ବିଷ୍ଣୁ ପ୍ରସାଦ ସେଠି, ରଞ୍ଜିତକୁମାର ସାହୁ,ଦୁର୍ଗାପ୍ରସାଦ ତ୍ରିପାଠୀ, ମଧୁସୂଦନ ରାଉତ,ଭିକାରୀ ଚରଣ ନାୟକ, ଚନ୍ଦ୍ରମଣି ମଳିକ ପ୍ରମୁଖ ଉପସ୍ଥିତ ଥିଲେ | କାମାକ୍ଷାନଗର ରୂ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0