ବିଜେପି ଯୁବ ମୋର୍ଚ୍ଚାର ମଣ୍ଡଳ ସଭାପତି ଘୋଷଣା।

ବିଜେପି ଯୁବ ମୋର୍ଚ୍ଚାର ମଣ୍ଡଳ ସଭାପତି ଘୋଷଣା। ସିମୁଳିଆ,୧୩/୦୪(ସମୀର ସାହୁ :ଓମ ମିଡ଼ିଆ ) :ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତିଙ୍କ ନାମ ଆଜି ଘୋଷଣା ହୋଇଛି।ଏହାକୁ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ବିଧିବଧ ଭାବେ ଘୋଷଣା କରିଛନ୍ତି।ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଏବଂ ସିମୁଳିଆ ବ୍ଲକ ନେଇ ଗଠିତ ହୋଇଥିବା ବେଳେ ୭ଟି ମଣ୍ଡଳ ଗଠିତ ହୋଇଥିବା ବେଳେ ସମସ୍ତ ମଣ୍ଡଳରେ ଯୁବ ମୂର୍ଚ୍ଚା ସଭାପତି ଚୟନ ହୋଇଛନ୍ତି।ମାର୍କୋଣା ମଣ୍ଡଳର ସତ୍ୟବ୍ରତ ଗାହଣ,ଜାମୁଝାଡ଼ି ମଣ୍ଡଳର ସନ୍ତୋଷ ସେଠୀ, ବାଲିଖଣ୍ଡ ମଣ୍ଡଳର ରାଧାକାନ୍ତ ମହାନ୍ତି,କୁପାରି ମଣ୍ଡଳର ପ୍ରୀତିଶ କୁମାର ମହାପାତ୍ର, ଖଇରା ମଣ୍ଡଳର ଜୟନ୍ତ କୁମାର ସାହୁ,ତୁରିଗଡ଼ିଆ ମଣ୍ଡଳର ନୃସିଂହ ସିଂ,ଅନ୍ତରା ମଣ୍ଡଳର ରଶ୍ମିରଞ୍ଜନ ମହାପାତ୍ର ଙ୍କୁ ଚୟନ କରାଯାଇଛି।ସମସ୍ତ ନବନିଯୁକ୍ତି ଯୁବ ମୋର୍ଚ୍ଚା ସଭାପତି ମାନେ ସିମୁଳିଆ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ତାଙ୍କ ଉପରେ ବିଧାୟକ ଆସ୍ଥା ପ୍ରକଟ କରି ଏହି ଦାଇତ୍ୱ ଦେଇଥିବାରୁ ସେମାନେ ଯୁବ ମୂର୍ଚ୍ଚା ସଂଘଠନକୁ ବଢାଇବା ସହିତ ଆଗାମୀ ଦିନରେ ନିଷ୍ଠାର ସହ ବିଜେପି ଦଳ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।ଅନ୍ୟପଟେ ସମସ୍ତ ନବ ନିଯୁକ୍ତି ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Apr 14, 2026 - 08:25
 0  89
ବିଜେପି ଯୁବ ମୋର୍ଚ୍ଚାର ମଣ୍ଡଳ ସଭାପତି ଘୋଷଣା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0