ବିଞ୍ଝାରପୁର ବିଜେପି କାର୍ଯ୍ୟଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି,,

ବିଞ୍ଝାରପୁର ବିଜେପି କାର୍ଯ୍ୟଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି,, ବରୀ /୦୬/୦୪/ସୁମିତ କୁମାର ମହାନ୍ତି ଓମ ମିଡ଼ିଆ, ବିଂଝାରପୁର ନିର୍ବାଚନ ମଣ୍ଡଳୀ କାର୍ଯ୍ୟଳୟ ଠାରେ ଦଳ ର ପ୍ରତିଷ୍ଠା ଦିବସ ଅବସର ରେ ଦଳୀୟ ପତାକା ଉତୋଳନ ସହ 47 ଗୋଟି ପ୍ରଦୀପ ପ୍ରଜ୍ୟୋଲୋନ କରାଯାଇ କେକ ମଧ୍ୟ କଟା ଯାଇଥିଲା ପରେ ଏକ କାର୍ଯ୍ୟକର୍ତ୍ତା ବ୍ୟେଠକ ଶ୍ରୀମତୀ ବବିତା ମଲ୍ଲିକ ଙ୍କ ଆହୁଆନ୍ ରେ ଅନୁଷ୍ଠିତ ହୋଇଥିଲା ଏହି ବ୍ୟେଠକ୍ ରେ ମଣ୍ଡଳ ସଭାପତି ଶ୍ରୀଧର ଜେନା , ସଞ୍ଜୟ କୁମାର ପତି , ଶୁକଦେବ ଦାସ , ଚିନ୍ମୟ ପାଣ୍ଡବ ଓ ଜିଲ୍ଲା ସମ୍ପାଦକ ଜ୍ୟୋତି ପ୍ରକାଶ ନାୟକ , ପୁରୁଷୋତ୍ତମ ବେହେରା ଆଦି ମଞ୍ଚାସୀନ ହୋଇ ଦଳୀୟ କାର୍ଯ୍ୟ କର୍ତ୍ତା ଙ୍କୁ ଦିଲ୍ଲୀ ସହିତ ପଲ୍ଲୀ କୁ ଯୋଡ଼ିବା ଶାସିତ ନ ହୋଇ ସରକାର ହେବାକୁ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଶପଥ କରାଇଲେ ଏବଂ ଦୀନବନ୍ଧୁ ଦାସ , ଉପେନ୍ଦ୍ର ଧଳ , ସରପଞ୍ଚ - ଜ୍ଞାନରଞ୍ଜନ ଜେନା , ନମିତା ନାୟକ , ମଞ୍ଜୁଲତା ପଣ୍ଡା , ରବୀନ୍ଦ୍ର ପଣ୍ଡା , ଦେବେନ୍ଦ୍ର ମଲ୍ଲିକ ନିଜ ନିଜ ବକ୍ତବ୍ୟ ରେ ପ୍ରତେକ ସାଧାରଣ ପରିବାର ପାଖରେ ଦଳ ର ବିଚାରଧାରା ପହଞ୍ଚାଇ ସାରା ବିଂଝାରପୁର କୁ ଗୈରିକ ମୟ କରିବା ପାଇଁ ଆହୁଆନ ଦେଇଥିଲେ । ଏହି ବୈଠକ ରେ ପଞ୍ଚାୟତ ର ପ୍ରମୁଖ ଶିବ ପ୍ରସାଦ ଧଳ , ରାଜକିଶୋର ନାୟକ , ରବୀନ୍ଦ୍ର ବେହୁରିଆ , କୈଳାଶ ସାମଲ , କୁଷ ସାହୁ , ସସ୍ମିତା ବେହେରା , ସତ୍ୟନାରାୟଣ ବେହେରା ଙ୍କ ନେତୃତ୍ୱ ରେ ଆସିଥିବା ଶତାଧିକ ବିଜେପି କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଜୟନ୍ତ ମଲ୍ଲିକ , ପ୍ରଫୁଲ୍ଲ ମଲ୍ଲିକ , ପ୍ରକାଶ କୁମାର ସାହୁ ଆସିଥିବା କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଦେଇଥିଲେ ।

Apr 6, 2026 - 22:23
 0  11
ବିଞ୍ଝାରପୁର ବିଜେପି କାର୍ଯ୍ୟଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0