ମହାସମାରୋହରେ ଉଦଘାଟନ ହେଲା ବରିଷ୍ଠ ନାଗରିକ ମଞ୍ଚ (ହିନ୍ଦୋଳ)ର ଦ୍ବିତୀୟ ବାର୍ଷିକ ଉତ୍ସବ।

ମହାସମାରୋହରେ ଉଦଘାଟନ ହେଲା ବରିଷ୍ଠ ନାଗରିକ ମଞ୍ଚ (ହିନ୍ଦୋଳ)ର ଦ୍ବିତୀୟ ବାର୍ଷିକ ଉତ୍ସବ। ଉତ୍ସବ ମୁଖରିତ ହେଲା ବାଙ୍କଟିଆ ସ୍ଥିତ ଗଣେଶ୍ୱର କ୍ଲବ ପରିସର। ଦେଖିବାକୁ ମିଳିଲା ବରିଷ୍ଠ ଜନଙ୍କର ଅପୂର୍ବ ଉତ୍ସାହ। ମଞ୍ଚ ପୂଜନ,ଦ୍ବୀପ ପ୍ରଜ୍ବଳନ,ମଙ୍ଗଳା ଚରଣ ପାଠ,ସ୍ବାଗତ ଭାଷଣ, ସଂପାଦକୀୟ ବିବରଣୀ ପାଠ,ଅତିଥି ପରିଚୟ ତଥା ସ୍ବାଗତ ଓ ସମ୍ବର୍ଧନା,ଯୋଗ ଶିବିର,ସାଂସ୍କୃତିକ କାର୍ଯ୍ୟକ୍ରମ,କବିତା ପାଠ,ବରିଷ୍ଠ ଜନ ପରିଚୟ ପତ୍ର ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ସମ୍ପନ୍ନ। ସାତ ଶହ ରୁ ଉର୍ଦ୍ଧ୍ୱ ବରିଷ୍ଠ ଜନ ଙ୍କର ହେଲା ମହା ସମାବେଶ। ଆସନ୍ତା କାଲି ହେବ ଉଦଯାପନ। ତା୧୧/୧୦/୨୦୨୬, ରବିବାର ବାଙ୍କଟିଆ,ରାସୋଳ, ହିନ୍ଦୋଳ, ଢେଙ୍କାନାଳ। ଆଜି ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ଦ୍ଵିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଉତ୍ସାହ ଉଦ୍ଦୀପନା ର ସହିତ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ବାଙ୍କଟିଆ ସ୍ଥିତ ଗଣେଶ୍ୱର କ୍ଲବ ପରିସରରେ ଉଦଘାଟନ ହୋଇ ଯାଇଛି। ସକାଳୁ ଆଜି ଗଣେଶ୍ୱର କ୍ଲବ ପରିସରରେ ଦେଖିବାକୁ ମିଳିଥିଲା ବରିଷ୍ଠ ଜନ ଙ୍କର ସମାବେଶ।ପତାକା ଉତ୍ତୋଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦ ର ସଭାପତି ଶ୍ରୀଯୁକ୍ତ ଦୁର୍ଗାଚରଣ ମିଶ୍ର।ମଞ୍ଚ ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ରବି ନାରାୟଣ ପତି ଓ ଉପଦେଷ୍ଟା ଶ୍ରୀ ନିରାକାର ବିଶ୍ବାଳ ଙ୍କ ଦ୍ଵାରା ଯୋଗ ଶିବିର ର ଆୟୋଜନ ପୂର୍ବକ ବରିଷ୍ଠ ଜନଙ୍କର ସ୍ବାସ୍ଥ୍ୟ ସଚେତନତା ପାଇଁ ଯୋଗ ଅପରିହାର୍ଯ୍ୟ ବୋଲି ଦେଲେ ବାର୍ତ୍ତା। ପ୍ରଥମ ଅଧିବେଶନ ରେ ମଞ୍ଚ ପୂଜନ ପରେ ଅତିଥି ମାନଙ୍କୁ ସ୍ଵାଗତ ସମ୍ଭାଷଣ ସହିତ ସମ୍ବର୍ଦ୍ଧନା ପୂର୍ବକ ମଞ୍ଚାସୀନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦ୍ବିପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ର ଆରମ୍ଭ ହୋଇଥିଲା। ସଭାକାର୍ଯ୍ୟ ର ପ୍ରାରମ୍ଭରେ ବରିଷ୍ଠ ଜନ ମାୟାଧର ପାଲ ଙ୍କ ଦ୍ଵାରା ମଙ୍ଗଳା ଚରଣ ପାଠ ଓ ଗଣେଶ୍ୱର କ୍ଲବ ର ସମ୍ପାଦକ ରାଜେନ୍ଦ୍ର ପାଲ ସ୍ବାଗତ ଅଭିଭାଷଣ ରଖିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ।ସଂପାଦକୀୟ ବିବରଣୀ ପାଠ କରିଵା ସହିତ ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ଶ୍ରୀଯୁକ୍ତ ବିନୟ କୁମାର ସାମଲ,ଗଣେଶ୍ୱର କ୍ଲବ ର ଅଭୁତ ପୂର୍ବ ସହଯୋଗ ପାଇଁ ବରିଷ୍ଠ ନାଗରିକ ମଞ୍ଚ ସ୍ଥିତି ର ଦୃଢ଼ତା ବଜାୟ ରହିଛି ବୋଲି ନିଜର ସ୍ଵକୀୟ ବକ୍ତବ୍ୟ ରେ କୃତଜ୍ଞତା ଜ୍ଞାପନ ପୂର୍ବକ ସାଧୁବାଦ ପ୍ରଦାନ କରିଥିଲେ। ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ତଥା ଗଣେଶ୍ୱର କ୍ଲବ ର ପ୍ରତିଷ୍ଠାତା ସଭ୍ୟ ଶ୍ରୀଯୁକ୍ତ ଶ୍ରୀନିବାସ ମିଶ୍ର ଙ୍କର ସଭାପତିତ୍ବ ରେ ଆଜି ର ସଭା ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ (ଭା.ପ୍ର.ସେ) କେନ୍ଦ୍ର ଶିକ୍ଷା ସଚିବ ଅରୁଣ କୁମାର ପତି, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଜିଲ୍ଲା ଦୌରାଜଜ୍ ତଥା ବରିଷ୍ଠ ନାଗରିକ ପରିଷଦ ର ସଭାପତି ଦୁର୍ଗା ଚରଣ ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଓଡ଼ିଶା ହାଇକୋର୍ଟ, ସୁଚନା ପ୍ରସାରଣ ଓ ଅଧିକାର ଆଇନ ବିଶେଷଜ୍ଞ ଲଳିତ ମୋହନ ମିଶ୍ର,ଆଇ.ଏସ.ଟି.ଡି ଅଧ୍ୟକ୍ଷ କଟକ ଶାଖା ଜୀବିତେଶ ମିଶ୍ର, ମୁଖ୍ୟ ଯନ୍ତ୍ରୀ ବିରଞ୍ଚି ନାରାୟଣ ମିଶ୍ର,ହିନ୍ଦୋଳ ଏସ୍.ଡି.ପି.ଓ ଦାୟିତ୍ୱ ରେ ଥିବା ସୁଷମା ପଧାନ, ବରିଷ୍ଠ ସମାଜସେବୀ ତଥା ଡାକ୍ତର ଚୈତନ୍ୟ ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଗଣ ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ଓ ସମ୍ମାନ ଦିଗରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ବରିଷ୍ଠ ନାଗରିକ ମଞ୍ଜ ସଦା ବରିଷ୍ଠ ଜନ ଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ୭୦୦ରୁ ଉର୍ଦ୍ଧ୍ୱ ବରିଷ୍ଠ ଜନଙ୍କର ସମାଗମ ହୋଇଥିବା ବେଳେ ଆଜି ମଞ୍ଚ ରେ ୭୨ଜଣ ବରିଷ୍ଠ ଜନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ସାମୁହିକ ମଧ୍ୟାହ୍ନ ଭୋଜନ ପରେ ଦ୍ଵିତୀୟ ଅଧିବେଶନ ରେ ମଞ୍ଚ ପରିଚାଳକ ତଥା ସଂଯୋଜକ ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ଓ ସହଯୋଗୀ ଶ୍ରୀମତି ସତ୍ୟଭାମା ମିଶ୍ର,ଓ ଶ୍ରୀଯୁକ୍ତ ଅଭୟ କୁମାର ସାହୁ ଙ୍କ ସଂଯୋଜନା ରେ ବରିଷ୍ଠ ଜନ ମାନେ ନିଜର ସ୍ବରଚିତ କବିତା ପାଠ କରିବା ସହିତ ଆଞ୍ଚଳିକ ତଥା ଗଣେଶ୍ୱର କ୍ଲବ ର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ବରିଷ୍ଠ ଗଣ ମନ ଭରି ଉପଭୋଗ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ଶ୍ରୀଯୁକ୍ତ ବିନୟ କୁମାର ସାମଲ ଉପସ୍ଥିତ ସମସ୍ତ ଅତିଥି, ବରିଷ୍ଠ ଜନ,ଗଣ ମାଧ୍ୟମ ପ୍ରତିନିଧି, ଶୁଭେଛା ମାନଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ପ୍ରଥମ ଦିବସ ର କାର୍ଯ୍ୟ ସମାପ୍ତି ଘୋଷଣା କରିବା ସହିତ ଦ୍ଵିତୀୟ ଦିନରେ ବହୁଳ ପରିମାଣରେ ଯୋଗଦାନ ପୂର୍ବକ ବାର୍ଷିକ ଉତ୍ସବ ଉଦଯାପିତ କରିବା ପାଇଁ ଆମନ୍ତ୍ରଣ କରିଥିଲେ।

Oct 11, 2026 - 22:30
 0  21
ମହାସମାରୋହରେ ଉଦଘାଟନ ହେଲା ବରିଷ୍ଠ ନାଗରିକ ମଞ୍ଚ (ହିନ୍ଦୋଳ)ର ଦ୍ବିତୀୟ ବାର୍ଷିକ ଉତ୍ସବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0