ସାପ୍ତାହିକ ହାଟରୁ ଚୋରୀ ବେଳେ ଚୋର ଜ୍ୟାଙ୍ଗର ସର୍ଦ୍ଧାର ଗିରଫ,
Slug -ସାପ୍ତାହିକ ହାଟରୁ ଚୋରି ବେଳେ ଚୋର ଗ୍ୟାଙ୍ଗର ସର୍ଦ୍ଦାର ଗିରଫ୍। ଓଡିଶାରୁ ଛତିଶଗଡ ଲମ୍ବିଛି ଚୋର ଗ୍ୟାଙ୍ଗର ଚେର..... Format -AVO ଦିଲ୍ଲିପ କୁମାର ନାୟକ କାମାକ୍ଷାନଗର Date -23/3/2026 Anchor -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାପ୍ତାହିକ ମଢି ହାଟରୁ ଜଣେ ଚୋରକୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ। ଗିରଫ ଚୋର ଜଣଙ୍କ ଛତିଶଗଡର ରାକେଶ ଧୂର। ନିଜ ସାଥି ସହିତ ଆସି କାମାକ୍ଷାନଗର ମଢି ସାପ୍ତାହିକ ହାଟରୁ ଚୋରି କରୁଥିବା ବେଳେ ମାଡି ବସିଥିଲେ ଲୋକେ। ଛତିଶଗଡରୁ ଏକ ଚୋର ଗ୍ୟାଙ୍ଗ ଆସି ବିଭିନ୍ନ ହାଟରେ ଲୋକଙ୍କ ମୋବାଇଲ ଏବଂ ଟଙ୍କା ବ୍ୟାଗକୁ ଟାର୍ଗେଟ କରି ଚମ୍ପଟ ମାରନ୍ତି। ତେବେ ଆଜି କାମାକ୍ଷାନଗର ହାଟରୁ ଅନେକ ଲୋକଙ୍କ ମୋବାଇଲ ଏବଂ ଟଙ୍କା ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ରାକେଶର ଅନ୍ୟ ଜଣେ ସହଯୋଗୀ ଚୋରି କରି ଫେରାର ମାରିଥିବା ଜଣାପଡିଛି। ତେବେ ଲୋକମାନେ ଚୋର ଗ୍ୟାଙ୍ଗ ସର୍ଦ୍ଦାର ରାକେଶ ଧୂରକୁ ଧରିବାରେ ସଫଳ ହୋଇଛନ୍ତି। ଖବର ପାଇ ସାପ୍ତାହିକ ହାଟରେ ପୋଲିସ ପହଞ୍ଚି ଚୋରକୁ ଗିରଫ କରିବା ସହିତ ଛତିଶଗଡର ଏହି ଚୋର ଗ୍ୟାଙ୍ଗ ସମ୍ପର୍କରେ ଖୋଳ ତାଡ଼ ଜାରି ରଖିଛି। ସେପଟେ ଓଡିଶାରୁ ଛତିଶଗଡ ପର୍ଯ୍ୟନ୍ତ ଏହି ଚୋର ଗ୍ୟାଙ୍ଗର ଚେର ଲମ୍ବିଛି ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ପୋଲିସ ପକ୍ଷରୁ କଡା ଆକ୍ସନ ଗ୍ରହଣ କରାଯାଇଛି। କାମାକ୍ଷା ନଗରରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0