ରକ୍ତଦାନ କଲେ ନବଦମ୍ପତ୍ତି,,
ରକ୍ତଦାନ କଲେ ନବଦମ୍ପତ୍ତି
କାମାକ୍ଷାନଗର - (ରିପୋର୍ଟ -ସୌମ୍ୟରଞ୍ଜନ ନାୟକ)
କାମାକ୍ଷାନଗର ର ସାମାଜିକସଂଗଠନ ବିଦ୍ୟୁତପ୍ରଭା ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଜିରିଡାମାଳି ପାଣିପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି l ଏହି ଶିବିର ରେ ମୋଟ ୮୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ରକ୍ତଦାନ କେନ୍ଦ୍ର ରେ ସମସ୍ତ ଙ୍କ ପାଇଁ ଆକର୍ଷଣ ସାଜିଥିଲେ ନବଦମ୍ପତ୍ତି l କିଛିଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିବା ଓମ ପ୍ରକାଶ ମହାନ୍ତି ଓ ତାଙ୍କ ପତ୍ନୀ ସରିତା ଦାସ ଉଭୟ ରକ୍ତଦାନ କରି ସମାଜ ପାଇଁ ଏକ ସାମାଜିକ ବାର୍ତ୍ତା ସୃଷ୍ଟି କରିଛନ୍ତି l ଉଭୟ ଦମ୍ପତ୍ତି ରକ୍ତଦାନ କରିବା ବେଳେ ବିଦ୍ୟୁତପ୍ରଭା ଫାଉଣ୍ଡେସନ ର ଅଧ୍ୟକ୍ଷା ଲିପସା ପ୍ରଧାନ, ସମ୍ପାଦକ ହୃଦୟ ବଲ୍ଳଭ ମିଶ୍ର, ଙ୍କ ସମେତ ମୁଖ୍ୟ ଅତିଥି କୈଳାସ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ପଣ୍ଡା,ସଂଯୋଜକ ଚିରଞ୍ଜୀବ ମଲ୍ଲିକ, ବିନୋଦ ବିହାରୀ ସେଠୀ,ସଦସ୍ୟ ସଙ୍ଗୀତା ମିଶ୍ର, ସୁମନ୍ତ ଜେନା, ଦୀନେଶ ସେନାପତି,ଉପେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ଉତତ୍ସାହିତ କରିଥିଲେ l
What's Your Reaction?
Like
4
Dislike
0
Love
1
Funny
0
Angry
0
Sad
0
Wow
1