ତପୋବନ ପୀଠରେ ନବାନ୍ନ ଉତ୍ସବ ପାଳିତ।
ତପୋବନ ପୀଠରେ ନବାନ୍ନ ଉତ୍ସବ ପାଳିତ।
ତା୨୪/୦୮/୨୦୨୬, ବୁଧବାର, କପିଳାସ, ଢେଙ୍କାନାଳ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ
ମହିମାଗାମୀଙ୍କ ୨୪ ବର୍ଷ ଆତ୍ମଯୋଗ ସାଧନା ପୀଠ କପିଳାସ ମହିମା ତପୋବନ ପୀଠରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି। ଭୋର୍ ୫ଟାରୁ ମନ୍ଦିର ଶୁଦ୍ଧ ନିମିତ୍ତ ଗୋମୟ,ମିଶ୍ରିତ ଜଳ ସିଞ୍ଚନ ଚନ୍ଦନ ଓ କର୍ପୁର ମିଶ୍ରିତ କରାଯାଇ ପୀଠସ୍ଥିତ ଅଖଣ୍ଡଜ୍ୟୋତିରେ ଘୃତାହୁତି କରାଯାଇଥିଲା। ଏହାପରେ ମହାପ୍ରଭୁ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ନୂଆ ଚୁଡ଼ାର ଅହ୍ମଣିଆ ପ୍ରସାଦ ତଥା ନବାନ୍ନ ପ୍ରସାଦ ଟେକାଯାଇଥିଲା। ଆସନ୍ତା ନଭେମ୍ବର ୨୦ ତାରିଖ ଶୁକ୍ରବାରରେ ଗୁରୁ ଶିଷ୍ୟଙ୍କ ଭେଟର ସ୍ମାରକୀ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବାର୍ଷିକ ମେଳାର ପ୍ରାଚାରପତ୍ର ଉନ୍ମୋଚନ ହୋଇଥିଲା। ତପୋବନ ମହିମା ପୀଠ ଟ୍ରଷ୍ଟ ବୋର୍ଡର ଅଧକ୍ଷ ଶ୍ରୀମଦ୍ ରଘୁନାଥ ବାବା,ଉପାଧ୍ଯକ୍ଷ ପ୍ରଦ୍ୟୁମ୍ନ ରଥ ଓ ସଂପାଦକ ପ୍ରଶାନ୍ତ ମହାପାତ୍ର ପ୍ରଚାରପତ୍ରକୁ ଉନ୍ନମୋଚନ କରିଥିଲେ। ଟ୍ରଷ୍ଟ ବୋର୍ଡର ଅଧ୍ଯକ୍ଷ ଶ୍ରୀମଦ୍ ରଘୁନାଥ ବାବା ମହିମାଧର୍ମର ନବାନ୍ନ ଉତ୍ସବର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଦିନ ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଧାନରେ ପ୍ରସ୍ତୁତ ଚୁଡ଼ାକୁ ପଞ୍ଚାମୃତ ଓ ବିଭିନ୍ନ ଫଳ ସହ ମିଶ୍ରଣ କରାଯାଇ ପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ। ଧରଣୀମାତାଙ୍କୁ ଶସ୍ୟଶାଳିନୀ କରିବା ପାଇଁ ପ୍ରାର୍ଥନା କରାଯାଇଥାଏ। ଜୀବଜଗତ ତିଷ୍ଠିବା ପାଇଁ ଅନ୍ନବ୍ରହ୍ମଙ୍କ ଏକାନ୍ତ ଆବଶ୍ୟକତା ଥିବାର ଶ୍ରୀମଦ୍ ରଘୁନାଥ ବାବା ବା ମତବ୍ୟକ୍ତ କରିଥିଲେ। ଅଣାକାର ଶୂନ୍ୟବ୍ରହ୍ମଙ୍କଠାରୁ ସମଗ୍ର ଉଦ୍ଭିଦ,ପ୍ରାଣୀ ଓ ଜୀବଜଗତ ସୃଷ୍ଟ ବୋଲି ତପୋବନ ଟ୍ରଷ୍ଟ ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ରଥ କହିଥିଲେ। ମହିମାଧର୍ମ ଜଟିଳ କ୍ରିୟାକର୍ମ ଠୁ ଉର୍ଦ୍ଧ୍ବରେ ରହି ସରଳତା ଓ ନିରାଡ଼ମ୍ବରତାର ପ୍ରଚାର କରିଥାଏ ବୋଲି ଟ୍ରଷ୍ଟବୋର୍ଡର ସଂପାଦକ ଶ୍ରୀ ମହାପାତ୍ର କହିଥିଲେ। ଆସନ୍ତା ବାର୍ଷିକ ମେଳା ସମ୍ପାଦନ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଉତ୍ସବରେ ପରିବ୍ରାଜକ ମହିମା ସନ୍ୟାସୀ ଶେଷଦେବ ବାବା,କରୁଣାକର ବାବା,ଫକୀର ବାବା,ଜ୍ଞାନି ବାବା,ସନକ ବାବା,ଶ୍ରଦ୍ଧାକର ବାବା,କନ୍ଦର୍ପ ବାବା,ନିବାରଣ ବାବା,ନିରାକାର ବାବା ଓ ସଦାନନ୍ଦ ବାବା,ଶ୍ରଦ୍ଧାଳୁ ଅଶୋକ ପ୍ରଧାନ,ବାସୁଦେବ ଦେହୁରୀ,ଧର୍ମାନନ୍ଦ ପୃଷ୍ଟି,ପ୍ରଶାନ୍ତ ବେଉରା,ଗୋବିନ୍ଦ ବେହେରା ଓ ଶ୍ରୀକାନ୍ତ ଦେହୁରୀ ପ୍ରମୁଖ ବହୁ ସନ୍ୟାସୀ ଓ ଭକ୍ତ ଯୋଗ ଦେଇଥିଲେ। ନବାନ୍ନ ଉତ୍ସବର ପୂର୍ବ ରାତ୍ରିରୁ ପରଦିନ ସଂଧା ଯାଏଁ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କର ସମାଗମ ହୋଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0