ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷ ରୁ ସଚେତନତା ସଭା।

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷ ରୁ ସଚେତନତା ସଭା। ଯାଜପୁର ତା୦୩, ୦୮(ଜୟନ୍ତ କୁମାର ପଣ୍ଡା:ଓମ ମିଡ଼ିଆ ) ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀଅମ୍ରୁତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ମୁଗୁପାଳ ସଭାଗ୍ରୁହ ରେ ଏକ ଆଇନ ସଚେତନତା ସଭା ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତି ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ସଚୀବ ପ୍ରାଧିକରଣର କାର୍ଯ୍ୟ ପରିସର କେଉଁ ମାନେ ଏହାର ଉପଯୁକ୍ତ ଉପଭୋକ୍ତା ସେ ବିଷୟରେ ଜଣାଇବା ସହ ଆଲୋଚନା ପ୍ରସଙ୍ଗ ସଂପର୍କିତ ସୂଚନା ଦେଇଥିଲେ। ଏଥିରେ ଅତିଥି ଆଲୋଚକ ଭାବେ ଜିଲ୍ଲା ଡି ଏସ୍ ପି ଶରତ ଚନ୍ଦ୍ର ପାତ୍ର, କୁଆଖିଆ ଥାନା ଆଇ ଆଇ ସି ସୁଶାନ୍ତ କୁମାର ସେଠୀ ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ଯ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ ରୁଦ୍ରନାରାୟଣ ପ୍ରୁଷ୍ଟି ପ୍ରମୁଖ ଯୋଗ ଦେଇ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ନିରାକରଣ ଅଧିନିୟମ ୨୦୧୩ ସହିତ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଅଧିନିୟମ ୧୯୮୯ ସମ୍ବନ୍ଧ ରେ ବିସ୍ତୃତ ଆଲୋକପାତ କରିଥିଲେ। ଉପସ୍ଥିତି ଥିବା କେତେକ ମହିଳା ଅଧିକ କିଛି ଜାଣିବା ପାଇଁ ବିଷୟ ଭତ୍ତିକ ପ୍ରଶ୍ନ ପଚାରିଥିଲେ ଓ ଆଲୋଚକ ମାନେ ସନ୍ତୋଷ ଜନକ ଉତ୍ତର ଦେଇଥିଲେ। ସ୍ଥାନୀୟ ସରପଞ୍ଚ ପ୍ରଜ୍ଞା ପାରମିତା ମଲ୍ଲିକ ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଗ୍ରାମ ପଞ୍ଚାୟତ ଓ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ କରିଥିଲେ।

Aug 3, 2026 - 19:31
 0  3
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷ ରୁ ସଚେତନତା ସଭା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0