ବ୍ରଜ କିଶୋର ସ୍ୱାଇଁଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ,

ବ୍ରଜ କିଶୋର ସ୍ୱାଇଁଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ, ବଡ଼ଚଣା : 20/09/2026 ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଶାନ୍ତିପୁର ପଂଚାୟତ ଅନ୍ତର୍ଗତ ବେଣାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବ୍ରଜ କିଶୋର ସ୍ୱାଇଁଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବ୍ରଜ କିଶୋର ସମାଜସେବୀ ଆନୁକୂଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତଦାନ ଶିବିର ପ୍ରାରମ୍ଭରେ ମୁଖ୍ୟଅତିଥିଭାବେ ମା ବାସୁଳେଇ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ପରିଡ଼ା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ନାନିତ ଅତିଥିଭାବେ ପ୍ରମୋଦ ପଲେଇ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।କଟକ ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ୍ ସେଣ୍ଟର ର ଡାକ୍ତର ବିନାୟକ ପ୍ରସାଦ ପୃଷ୍ଟି ଙ୍କ ସମେତ ଅନ୍ୟ କର୍ମଚାରିମାନେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ।ଏହି ରକ୍ତଦାନ ଶିବିରରେ 50 ୟୁନିଟି ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା। ସଂଗଠନର ସଭାପତି ତନ୍ମୟଜିତ୍ ସ୍ୱାଇଁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିବା ବେଳେ ସଂଗଠନର ସମସ୍ତ ସଦସ୍ୟ ଯୋଗଦେଇ ସାହାଯ୍ୟ ସହଯୋଗ କରିଥିଲେ। ରିପୋର୍ଟ ସୁଶାନ୍ତ କୁମାର ବେହେରା:ଓମ ମିଡ଼ିଆ,

Sep 22, 2026 - 11:30
 0  0
ବ୍ରଜ କିଶୋର ସ୍ୱାଇଁଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0