ବଜ୍ରାଘାତରେ ଯୁବକ ସମୀର ରାଉତ ମୃତ।ସାଥୀ ମଙ୍ଗୁ ପ୍ରଧାନ ଗୁରୁତର ଆହତ ଅବସ୍ଥାରେ ଡ଼ାକ୍ତରଖାନାରେ ହେଉଛନ୍ତି ଚିକିତ୍ସିତ।

ବଜ୍ରାଘାତରେ ଯୁବକ ସମୀର ରାଉତ ମୃତ।ସାଥୀ ମଙ୍ଗୁ ପ୍ରଧାନ ଗୁରୁତର ଆହତ ଅବସ୍ଥାରେ ଡ଼ାକ୍ତରଖାନାରେ ହେଉଛନ୍ତି ଚିକିତ୍ସିତ। ତା04/06/2026, ଗୁରୁ ବାର। ବୁହାଳିପାଳ, ହିନ୍ଦୋଳ, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ପ୍ରାପ୍ତ ସୂଚନା କ୍ରମେ ଗତ କାଲି ତା୦୩/୦୬/୨୦୨୬ରିଖ ବୁଧବାର ସଂନ୍ଧ୍ୟା ପାଞ୍ଚ ଘଟିକା ସମୟ ରେ କାଳବୈଶାଖୀ ବର୍ଷା ଜନିତ ବଜ୍ରପାତରେ ଵୁହାଳି ପାଳ ଗ୍ରାମର ଜନୈକ ବିବାହିତ ଯୁବକ ସମୀର ରାଉତ ଡ଼ାକ ନାମ ଗୁଣ୍ଡୁଚି(ଆନୁମାନିକ ବୟସ ୩୦),ପିତା ସୁରେଶ ରାଉତ ଙ୍କର ଅକାଳ ରେ ମୃତ୍ୟୁ ହୋଇଥିବା ବେଳେ ,ଅନ୍ୟ ଜଣେ ଯୁବକ ମଙ୍ଗ ପ୍ରଧାନ ଗୁରୁତର ଆହତ ଅବସ୍ଥାରେ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ଅଛନ୍ତି। ଘଟଣା କ୍ରମେ ମୃତକ ସମୀର ରାଉତ ନିଜସ୍ୱ କୌଳିକ କାମରେ ବାହାରକୁ ଯାଇଥିବା ବେଳେ ସଂନ୍ଧ୍ୟା ଛଅ ଘଟିକା ସମୟ ରେ କାଳବୈଶାଖୀ ବର୍ଷା ଯୋଗୁଁ ନିକଟରେ ଥିବା ଆମ୍ବ ଗଛ ତଳେ ଆଶ୍ରୟ ନେଇଥିଲେ।ସେହି ସମୟରେ ବଜ୍ରପାତ ଘଟିବା ଫଳରେ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବା ସହିତ ତାଙ୍କ ସହିତ ଆଉ ଜଣେ ସାଥୀ ମଙ୍ଗ ପ୍ରଧାନ ଗୁରୁତର ଆହତ ହୋଇ ପଡ଼ିଥିଲେ।ତେବେ କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ ସହାୟତା ରେ ଦୁହିଁଙ୍କୁ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୂଖ୍ୟ ଚିକିତ୍ସାଳୟ କୁ ଆଣିବା ପରେ କର୍ତ୍ତବ୍ୟ ରତ ଡାକ୍ତର ସମୀର ରାଉତ ଙ୍କୁ ମୃତ ଘୋଷଣା କରିଥିଲେ।ତେବେ ମୃତକଙ୍କ ଚିକିତ୍ସାଳୟ ର ଶବଘରେ ଥିବା ବେଳେ ଙ୍କ ପୋଷ୍ଟ ମର୍ଟମ ପରେ ଶେଷ କୃତ୍ୟ ପାଇଁ ଶବ ପରିଵାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ବଜ୍ରାଘାତରେ ଅକାଳରେ ମୃତ୍ୟୁ ବରଣ କରିଥିବା ସମୀର ଘର ର ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ତାଙ୍କୁ ହରାଇ ସ୍ତ୍ରୀ,ପିଲା ଛୁଆ,ବୁଢ଼ା ବାପା ମାଆ ବେସାହାରା ହୋଇ ପଡ଼ିଛନ୍ତି ସରକାର ତରଫରୁ ସହାୟତା ଯୋଗାଇ ଦେବାକୁ ପରିବାର ତରଫରୁ ଅନୁରୋଧ କରାଯାଇଛି।

Jun 4, 2026 - 11:45
 0  24
ବଜ୍ରାଘାତରେ ଯୁବକ ସମୀର ରାଉତ ମୃତ।ସାଥୀ ମଙ୍ଗୁ ପ୍ରଧାନ ଗୁରୁତର ଆହତ ଅବସ୍ଥାରେ ଡ଼ାକ୍ତରଖାନାରେ ହେଉଛନ୍ତି ଚିକିତ୍ସିତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0