ବାଇସିଙ୍ଗା ହାଇସ୍କୁଲ ରେ ପ୍ରିତି ପ୍ରକୃତି ସ୍କୁଲ୍ ଟପର--

ବାଇସିଙ୍ଗା ହାଇସ୍କୁଲ ରେ ପ୍ରିତି ପ୍ରକୃତି ସ୍କୁଲ୍ ଟପର-- କାମାକ୍ଷାନଗର ୦୪/୦୫(ଦିଲ୍ଲୀପ କୁମାର ନାୟକ : ଓମ ମିଡ଼ିଆ ) କାମାକ୍ଷାନଗର ବ୍ଳକ ବାଇସିଙ୍ଗା ହାଇସ୍କୁଲ ଛାତ୍ରୀ ପ୍ରିତି ପ୍ରକୃତି ଦାସ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ରେ ୯୩% ନମ୍ବର ରଖି ସ୍କୁଲ ଟପର-- ହୋଇଛନ୍ତି। ତାଙ୍କ ପିତା ଶିଶିର କୁମାର ଦାସ ପେଷା ରେ ଜଣେ ସାଇକେଲ ଫିଟର ଅଟନ୍ତି।ମାତା ଜୟନ୍ତୀ ଦାସ ଗୃହିଣୀ ଅଟନ୍ତି। ପ୍ରିତିପ୍ରକୃତି ୬୦୦ ନମ୍ବର ରୁ ୫୫୮ନମ୍ବର ରଖି ଏ୧ ବର୍ଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ପ୍ରଥମ ଭାଷା ଓଡିଆ ରେ ୯୩, ଦ୍ୱିତୀୟ ଭାଷା ଇଂରାଜୀ ରେ ୯୦, ତୃତୀୟ ଭାଷା ହିନ୍ଦୀ ରେ ୯୮, ଗଣିତରେ ୯୩, ସାଧାରଣ ବିଜ୍ଞାନ ରେ ୯୩ ଏବଂ ସାମାଜିକ ବିଜ୍ଞାନରେ ୯୧ ପ୍ରତିଶତ ମାର୍କ ରଖି ଏ୧ ବର୍ଗରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ଟପର ହୋଇଛନ୍ତି। ପ୍ରିତିପ୍ରକୃତି ଙ୍କ ସଫଳତା ଖବର ପାଇ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମ୍ପର୍କିତ ବନ୍ଧୁବର୍ଗ ମାନେ ତାଙ୍କ ବାସଭବନକୁ ଆସି ଶୁଭେଚ୍ଛା ଜଣାଇଛନ୍ତି।

May 4, 2026 - 22:10
 0  28
ବାଇସିଙ୍ଗା ହାଇସ୍କୁଲ ରେ ପ୍ରିତି ପ୍ରକୃତି ସ୍କୁଲ୍ ଟପର--

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0