କୋଇଲା ବୋଝେଇ ଟ୍ରେନର ୭ଟି ନିଆଁ : ୫ ଘଣ୍ଟାର ଅପରେସନ ପରେ ନିଆଁ କୁ ଆୟତ କଲା ଦମକଲ ବାହିନୀ,

କୋଇଲା ବୋଝେଇ ଟ୍ରେନର ୭ଟି ନିଆଁ : ୫ ଘଣ୍ଟାର ଅପରେସନ ପରେ ନିଆଁ କୁ ଆୟତ କଲା ଦମକଲ ବାହିନୀ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ ଲାଗିବାରୁ ଟ୍ରେନକୁ ବାଲେଶ୍ଵର ଜିଲ୍ଲା ସୋର ଷ୍ଟେସନ ରେ ଅଟକାଯାଇ ନିଆଁ କୁ ଆୟତ କରାଯାଇଛି । ସୂଚନାଯୋଗ୍ୟ ଧାମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିବା ଏହି ଟ୍ରେନରେ ରାଣୀତାଲ ନିକଟରେ ନିଆଁ ଲାଗିଥିବା ଗାର୍ଡଙ୍କ ନଜରକୁ ଆସିଥିଲା। ଏନେଇ ସେ ସୋର ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଟ୍ରେନଟିକୁ ସୋର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଟକା ଯାଇଥିଲା । ଟ୍ରେନର ପ୍ରାୟ ୮ ଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସୋର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ରାତି ପ୍ରାୟ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାରେ ନିୟୋଜିତ ରହିଥିଲେ। ଶେଷରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିଲା। ନିଆଁ ଆୟତ୍ତ ହେବା ପରେ ଆବଶ୍ୟକ ଯାଞ୍ଚ ଓ ପ୍ରକ୍ରିୟା ଶେଷ କରି ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ତେବେ ଟ୍ରେନଟି ଷ୍ଟେସନରେ ଅଟକି ରହିବା ଯୋଗୁଁ କିଛି ସମୟ ପାଇଁ ରେଳ ଯାତାୟତ ପ୍ରଭାବିତ ହୋଇଥିଲା। ଫଳରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ତେବେ କୋଇଲା ବୋଝେଇ ବଗିରେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ରେଳ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ବାଲେଶ୍ଵର ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

Sep 21, 2026 - 21:18
 0  1
କୋଇଲା ବୋଝେଇ ଟ୍ରେନର ୭ଟି  ନିଆଁ : ୫ ଘଣ୍ଟାର ଅପରେସନ ପରେ  ନିଆଁ କୁ ଆୟତ କଲା ଦମକଲ ବାହିନୀ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0