ଯୁଯୁମୁରା ଲିପିଣ୍ଡାରେ ମେଗା ସ୍ୱାସ୍ଥ୍ୟ ମେଳା : ୨୭୬ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ବଣ୍ଟନ,

ଯୁଯୁମୁରା ଲିପିଣ୍ଡାରେ ମେଗା ସ୍ୱାସ୍ଥ୍ୟ ମେଳା : ୨୭୬ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ବଣ୍ଟନ ସମ୍ବଲପୁର:ତା.୨୩/୦୯/୨୦୨୬ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଲିପିଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଲିକନ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି ଶିବିରରେ ଶତାଧିକ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଥିଲେ। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ମୋଟ ୨୭୬ ଜଣ ବିଭିନ୍ନ ରୋଗର ରୋଗୀ ଡାକ୍ତରୀ ପରାମର୍ଶ ନେବା ସହ ନିଶୁଳ୍କ ଔଷଧ ଗ୍ରହଣ କରିଥିଲେ। ଏହି ଶିବିରରେ ମେଡିସିନ ବିଭାଗର ଡା. ଦେବାଶିଷ ମିଶ୍ର, ଜେନେରାଲ ସର୍ଜରୀ ବିଭାଗର ଡା. ତାପସ କୁମାର କଲିତ, ଅସ୍ଥିଶଲ୍ୟ ବିଭାଗର ଡା. ଶ୍ରେୟାସ ଏଚ ଘୁସଘୁସକାର ଏବଂ ଶଲ୍ୟ ଚିକିତ୍ସା ମୁଖ୍ୟ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ ରୋଗୀମାନଙ୍କୁ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ। ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ମୁଖ୍ୟ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପିଇଓ ମୋହନ ନାଏକ, ଏମବିକେ ପାଞ୍ଚାଳୀ ପ୍ରଧାନ, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ଆଶା ଓ ଅଙ୍ଗନୱାଡି କର୍ମୀ ଏବଂ ସିଆରପି ମାନେ ସକ୍ରିୟ ସହଯୋଗ କରିଥିଲେ। ସିଲିକନ ହସ୍ପିଟାଲର ବୈଷୟିକ କର୍ମଚାରୀ ମାନେ ଶିବିର ପରିଚାଳନାରେ ସହାୟତା କରିଥିଲେ। ଏହି ଅବସରରେ ଯୁଯୁମୁରା ବିଡିଓ ରାଜେଶ ଏକ୍କା ଶିବିର ପରିଦର୍ଶନ କରି ସମସ୍ତ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଏଭଳି ଜନହିତକର କାର୍ଯ୍ୟ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପଞ୍ଚାୟତକୁ ଧନ୍ୟବାଦ ଜଣାଇଥିଲେ।

Sep 24, 2026 - 21:21
 0  3
ଯୁଯୁମୁରା ଲିପିଣ୍ଡାରେ ମେଗା ସ୍ୱାସ୍ଥ୍ୟ ମେଳା : ୨୭୬ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ବଣ୍ଟନ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0