ହିନ୍ଦୋଳ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ,
ହିନ୍ଦୋଳ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ ଖଜୁରିଆ କଟା ଆଦ୍ୟାଶ ତା ତା୨୩/୦୯/୨୦୨୬, ବୁଧବାର, ଖଜୁରିଆକଟା,ହିନ୍ଦୋଳ,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ମହାବିଦ୍ୟାଳୟ (ଖଜୁରିଆକଟା) ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗତକାଲି ୨୨ ତାରିଖ ଦିନ ମହାବିଦ୍ୟାଳୟ ସ୍ମାର୍ଟ କ୍ଲାସରେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଛି l ଉତ୍ସବର କାର୍ଯ୍ୟସୂଚୀ ଅନୁଯାୟୀ ବିଭାଗର ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ବଡ ଭାଇ ଭଉଣୀ ମାନେ ଶ୍ରଦ୍ଧା ସ୍ୱରୂପ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ l ବିଭାଗୀୟ ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ସଭାରେ ପୌରହିତ୍ୟ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା କରିବା ସହିତ ଛାତ୍ର ଛାତ୍ରୀ ମାନେ ଦେଶ ପ୍ରେମରେ ଉଦବୁଦ୍ଧ ହୋଇ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସଂପାଦନ କଲେ ଦେଶ ଓ ଜାତିର ଉନ୍ନତି ସମ୍ଭବ ବୋଲି ଆଶାବ୍ୟକ୍ତ କରିଥିଲେ l ମୁଖ୍ୟ ଅତିଥି ରୂପେ ରସାୟନ ବିଭାଗର ମୁଖ୍ୟ ସୁକାନ୍ତ କୁମାର ପତି ଯୋଗଦେଇ ଭାରତ ଭଳି ପ୍ରଗତିଶୀଳ ଦେଶର ଉନ୍ନତି ପାଇଁ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଓ ସମ୍ମିଳିତ ଉଦ୍ୟମ ଦ୍ଵାରା ଏହାର ଲକ୍ଷ୍ୟ ପୁରଣ ହେବା ସଙ୍ଗେ ସଙ୍ଗେ ଦେଶର ମହାନ୍ ପରମ୍ପରା ଓ ଗୌରବକୁ ରକ୍ଷା କରାଯାଇ ପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l ଅତିଥି ରୂପେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଜୟନ୍ତ ନାରାୟଣ ପତି, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଶଲ୍ୟ ସାମଲ , ସଂସ୍କୃତ ବିଭାଗର ମୁଖ୍ୟ ଶୁଭସ୍ମିତା ବେହେରା ଓ କାର୍ଯ୍ୟାଳୟ କର୍ମଚାରୀ ମଙ୍ଗରାଜ ପ୍ରଧାନ ଯୋଗଦେଇ ଉତ୍ସବର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ l ଛାତ୍ର ଛାତ୍ରୀ ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ l ଏହି ସଭାରେ +୩ ଦ୍ୱିତୀୟ ବର୍ଷ ଛାତ୍ରୀ ମୋନାଲିସା ରାଉତ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲାବେଳେ ବିଭାଗୀୟ ଅଧ୍ୟାପକ ବାଲାସୀୟସ୍ ଟପୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0