ଜ୍ୟୋତିର୍ବିଦ ଡଃ ବାସୁଦେବ ପାଇଲେ ଲାଇଫ୍ ଟାଇମ ଆୱାଡ,
ଜ୍ୟୋତିର୍ବିଦ ଡଃ ବାସୁଦେବ ପାଇଲେ ଲାଇଫ୍ ଟାଇମ ଆୱାଡ ବଡଚଣା:ବଡଚଣା ଅଞ୍ଚଳର ପ୍ରଖ୍ୟାତ ଜ୍ୟୋତିର୍ବିଦ୍ ଡଃ ବାସୁଦେବ ନାୟକ ପାଇଲେ ଲାଇଫ୍ ଟାଇମ ଆଚିବମେଣ୍ଟ ଆୱାଡ। ବାରଣାସୀର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଠାରେ ତିନିଦିନ ଧରି ଚାଲିଥିବା କାଶୀ ଜ୍ୟୋତିଷ ମହୋତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ଓ ନେପାଳର ଶ୍ରେଷ୍ଠ ଜ୍ୟୋତିଷ, ବାସ୍ତୁବିଦମାନେ ଯୋଗଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରର ଆବଶ୍ୟକତା ଓ ପ୍ରୟୋଗ ଉପରେ ମତାମତ ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ଜ୍ୟୋତିଷ ଏଚ୍.ଏସ୍.ରାବତ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଅନେକ ଉପାଦେୟ ତଥ୍ୟ ଉପରେ ଆଲୋକପାତ କରିଥିଲେ। ବନାରସର ପୋଲିସ ଡିଜି ବୈଭବ କ୍ରିଷ୍ଣା ଓ ବନାରସ ଭାଜପା ସଭାପତି ଅଶୋକ ଚୌରାସିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଜ୍ୟୋତିଷଙ୍କୁ ସମ୍ବନ୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଶାର ଜ୍ୟୋତିର୍ବିଦ ଡ. ବାସୁଦେବ ନାୟକ ଙ୍କୁ "ଲାଇଫ ଟାଇମ ଆଚିବମେଣ୍ଟ ଆୱାଡ" ସମ୍ମାନିତ କରାଯାଇଥିଲା। ବନାରସରୁ ଫେରିବା ପରେ ଜ୍ୟୋତିର୍ବିଦ ଡଃ ନାୟକଙ୍କ ବୈରୀ ସ୍ଥିତ ବାସଭବନ ଓ ରସୁଲଗଡ଼, ଭୁବନେଶ୍ୱର ସ୍ଥିତ ଶ୍ରୀ ଜଗନ୍ନାଥ ବୈଦିକ ଆଷ୍ଟ୍ରୋଲୋଜୀ କାର୍ଯ୍ୟାଳୟ ରେ ଶୁଭେଚ୍ଛୁ ମାନଙ୍କ ସୁଅ ଛୁଟିଛି।ସୁଶାନ୍ତ କୁମାର ବେହେରା :ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0