ରକ୍ତଦାନ ନିମନ୍ତେ ସଚେତନତା କାର୍ଯ୍ୟକର୍ମ

*ରକ୍ତଦାନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ* ଧର୍ମଶାଳା,୦୫/୦୩(କୁଲୁ ବରାଳ ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁର ସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ଆୟୋଜନରେ ଓ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର, କଟକର ସହଯୋଗରେ ଆସନ୍ତା ମାର୍ଚ୍ଚ ୮ ତାରିଖ ବୃନ୍ଦାଦେଈପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୃନ୍ଦାଦେଈପୁର ଶାସନ ଠାରେ ତୃତୀୟ ବାର୍ଷିକ ରକ୍ତଦାନ ଉତ୍ସବ ଆୟୋଜିତ ହେବା ପାଇଁ ଯାଉଅଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ରକ୍ତଦାତା ମାନଙ୍କ ଉଦ୍ଦେଶ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଆଜି ଦିବା ୧୦ ଘଟିକା ସମୟରେ ବଳରାମପୁର ସ୍ଥିତ ମୁକୁନ୍ଦ ପାତ୍ର ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ରକ୍ତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରକ୍ତଦାନ କରି ସାମାଜିକ କର୍ତ୍ତବ୍ୟ ନିର୍ବାହ କରିବା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ କରାଯିବା ସହ ଡାକ୍ତରଙ୍କ ଦ୍ଵାରା ପ୍ରଦତ୍ତ ରକ୍ତଦାନର ବିଭିନ୍ନ ଉପାଦେୟତା ସମ୍ପର୍କରେ ଅବଗତ କରାଯାଇଥିଲା। ନିମୟିତ ରକ୍ତଦାତା ସୃଷ୍ଟି ସହ, ନୂତନ ଓ ମହିଳା ରକ୍ତଦାତା ସୃଷ୍ଟି ପାଇଁ ବ୍ୟାପକ ଜାଗରଣ ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ମାନେ ପ୍ରଶଂସା କରିବା ସହ ଅନେକ ଜଣ ରକ୍ତଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଣମଲ୍ଲୀ ଅନୁଷ୍ଠାନର ଉପସଭାପତି ନିର୍ମାଲ୍ୟ କୁମାର ପ୍ରଧାନ, ଉପଦେଷ୍ଠା ରାମଚନ୍ଦ୍ର ମହାନ୍ତି, ସଦସ୍ୟ ନିଷ୍କାନ୍ତ ଖଟୁଆ, ସୁବ୍ରତ ସାହୁ, ସିଦ୍ଧାନ୍ତ ପଲାଇ , ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପକ ଅସିତ କୁମାର ଭଞ୍ଜ, ସଂଜୀବ କୁମାର ସାହୁ, ରଞ୍ଜନ କୁମାର ରାଉତ, ଡ଼. ଶୁଭ୍ରାଂଶୁ ଶେଖର ପଣ୍ଡା, ସୁଦାମ ଚରଣ ଧଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Mar 7, 2026 - 14:23
 0  8
ରକ୍ତଦାନ ନିମନ୍ତେ ସଚେତନତା କାର୍ଯ୍ୟକର୍ମ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0