ଆନ୍ତର୍ଜାତୀୟ MATSOGI--DO ଚାମ୍ପିୟାନସିପରେ ସଫଳତା ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା,,
ଆନ୍ତର୍ଜାତୀୟ MATSOGI--DO ଚାମ୍ପିୟାନସିପରେ ସଫଳତା ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା
କକାମାକ୍ଷାନଗର- ନିକଟରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ MATSOGI--DO ଚାମ୍ପିୟାନସିପରେ ଓଡିଶାକୁ ମିଳିଛି ଅଭୁତପୂର୍ବ ସଫଳତା। ଓଡିଶାକୁ ସମୁଦାୟ ୧୧ଟି ପଦକ ମିଳିଥିବା ବେଳେ ୮ ବର୍ଷରୁ କମ ବାଳକ ବିଭାଗରେ କାମାକ୍ଷାନଗରର ତ୍ରେଶଙ ବେହେରା , ୧୩ ବର୍ଷରୁ କମ ବାଳିକା ବିଭାଗରେ ଦିବ୍ୟାଶ୍ରୀ ମହାପାତ୍ର,୧୭ବର୍ଷରୁ କମ ବାଳିକାରେ ରେନାଜ୍ ଆଗସା ପାରବିନଙ୍କୁ ସ୍ବର୍ଣ ପଦକ ମିଳିଛି। ସୟଦ ଅକ୍ତର ଅଲ୍ଲୀଙ୍କ ନେତୃତ୍ବରେ ଯାଇଥିବା ଏହି ଛାତ୍ରୀଛାତ୍ର ମାନେ କାମାକ୍ଷାନଗର ଠାରେ ପହଞ୍ଚିଥିବା ବେଳେ ଜଗନ୍ନାଥ ବଜାରଠାରେ କୃତ୍ତି ପ୍ରତିଯୋଗିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ସମାଜସେବୀ ସରୋଜକାନ୍ତ ବେହେରାଙ୍କ ନେତୃତ୍ବରେ, ପ୍ରଭୁ ପ୍ରତୀକ ପଣ୍ଡା ,ଦିଲିପ କୁମାର ସାହୁ,ଶୋଭେନ୍ଦ୍ର ଦାସ,ସଞ୍ଜୟ କୁମାର ବିଶ୍ବାଳ,ଶିବପ୍ରସାଦ ସାହୁ,ବଳରାମ ବେହେରା,ମଦନ ମୋହନ ସେଠି,ଅଦୈତ ବିଶ୍ବାଳ,ପ୍ରିୟବ୍ରତ ପଣ୍ଡା,ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। କାମାକ୍ଷା ନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0