ଉତ୍ସାହୀ ଯୁବକ ମାନଙ୍କର ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ।
ଉତ୍ସାହୀ ଯୁବକ ମାନଙ୍କର ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ।
ବୃକ୍ଷ ଆମର ଜୀବନ ଧନ ଆହ୍ବନ ର ସଫଳ ରୁପାୟନ।ମୋ ଗାଁ ମୋ ସମ୍ମାନ।ସମଗ୍ର ଓଡ଼ିଶା ସେବା ଅଭିଯାନ।
ତା୩୦/୦୭/୨୦୨୬,ଗୁରୁବାର।
ବାଙ୍କଟିଆ,ହିନ୍ଦୋଳ,ଢେଙ୍କାନାଳ।
Report BibhuPrasadSatapathy
ସଂମ୍ପ୍ରତି ସ୍ଥିତି କୁ ଦେଖିଲେ ବିଶ୍ବ ଆଜି ସଂକଟରେ।ମଣିଷ ସ୍ବାର୍ଥରେ ଅନ୍ଧ ହୋଇ ଅଵିଚାରିତ ଭାବେ ଗଛ କାଟି ଜଙ୍ଗଲ ଧ୍ବଂସ କରି ବିଶ୍ବ ସମୁଦାୟ କୁ ଏକ ଆସନ୍ନ ସଂକଟ ମଧ୍ୟକୁ ଠେଲିବାରେ ଲାଗିଛି।ପରିବେଶ ପ୍ରଦୁଷିତ ହେବା ସହିତ ବାୟୁମଣ୍ଡଳ ରେ ତାପମାତ୍ରା ବୃଦ୍ଧି,ବର୍ଷା ରେ ଅନିୟମିତତା,ଜଳବାୟୁ ରେ ଅହେତୁକ ପରିବର୍ତ୍ତନ,ବନ୍ୟପ୍ରାଣୀ ଙ୍କ ପାଇଁ ଖାଦ୍ୟ ର ଅଭାବ ଦେଖା ଦେଇଥିବାରୁ ଗାଁ ଗଣ୍ଡା ସହର ବଜାରରେ ଏବେ ବନ୍ୟଜନ୍ତୁ ଙ୍କୁ ଦେଖିବାକୁ ମିଳୁଛି। ବନ୍ୟଜନ୍ତୁ ଓ ମଣିଷ ଭିତରେ ଅନବରତ ଲଢେଇ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ,କେତେ ବେଳେ ବନ୍ୟପ୍ରାଣୀ ଶିକାର ହେଉଛି ତ କେତେଵେଳେ ମଣିଷ ଜୀବନ ହାରୁଛି।
ତେବେ ଏସବୁ ସମସ୍ୟା ର ସମାଧାନ ପାଇଁ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ହୋଇ ଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜନମଙ୍ଗଳ (ରାସୋଳ) ସହିତ ଜଡିତ ବୁହାଳିପାଳ ପଞ୍ଚାୟତ,ବାଙ୍କଟିଆ ଗ୍ରାମ ର ଚାରି ଉତ୍ସାହୀ ଯୁବକ ଜିତୁନ୍,ଲିପୁନ୍,ଅଂଶୁ,ସିନୁ ବୃକ୍ଷ ଆମର ଜୀବନ ଧନ ଆହ୍ବନ ର ସଫଳ ରୁପାୟନ ପୂର୍ବକ ମୋ ଗାଁ ଵାଙ୍କିଟିଆ ମୋ ସମ୍ମାନ ଆହ୍ବାନ କୁ ପ୍ରମାଣିତ କରିବା ପାଇଁ ନେଇଛନ୍ତି ଏକ ସୁନ୍ଦର ପଦକ୍ଷେପ।
ବର୍ଷା ଋତୁ ର ପ୍ରାରମ୍ଭରୁ ନିଜସ୍ୱ ଗାଁ ବାଙ୍କଟିଆ ରୁ ଆରମ୍ଭ କରିଛନ୍ତି ବୃକ୍ଷ ରୋପଣ।ସାଜିଛନ୍ତି ପ୍ରତି ଟି ଗାଁର ଉତ୍ସାହୀ ଯୁବକ ତଥା ଉଦୀୟମାନ ଯୂଵଗୋଷ୍ଠୀ ମାନଙ୍କ ପାଇଁ ଉଦାହରଣ। ଅଦ୍ୟାବଧି ଶତାଧିକ ଛାୟା ପ୍ରଦାନ କାରୀ,ଫଳ ପ୍ରଦାନ କାରୀ ଚାରା ଗଛ ରୋପଣ କରି ସାରିଥିବା ବେଳେ ଆଜି(୩୦/୦୭)ଗୁରୁବାର ନିଜସ୍ୱ ଗ୍ରାମର ପୋଖରୀ ହୁଡ଼ା ରେ ଅପରାହ୍ନ ସମୟ ରେ ବିଶ୍ଵ କଲ୍ୟାଣ ଉଦ୍ଦେଶ୍ୟରେ ଶ୍ରମଦାନ,ସମୟ ଦାନ ପୂର୍ବକ ଉତ୍ସାହ ର ସହିତ ସୋରିଷିଆ,ନିମ୍ବ,କରଞ୍ଜ,ଅର୍ଜୁନ ଆଦି ପ୍ରାୟ ୨୦ ରୁ ଅଧିକ ଚାରାଗଛ ରୋପଣ କରିଛନ୍ତି।ଯୁବକ ମାନଙ୍କର ଏତାଦୃଶ ମହତ ପ୍ରୟାସ ପାଇଁ ଗ୍ରାମବାସୀ ସାଧୁବାଦ ଜଣାଇବା ସହିତ ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ତଥା ଜନମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ,ମୋ ଗାଁ ମୋ ସମ୍ମାନ ଆହ୍ବାନ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ବାରିକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମେତ ସାରା ଓଡ଼ିଶାର ସମାଜସେଵୀ ଅନୁଷ୍ଠାନ ଓ ସାମାଜିକ କର୍ମୀ ଭାଇ ଭଉଣୀ ମାନେ ଭୂୟସୀ ପ୍ରଶଂସା କରିଥିଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0