ଉପଖଣ୍ଡ ଚିକିତ୍ସାଳୟ ରେ ଜରୁରୀ କାଳୀନ ଚିକିତ୍ସା ରେ ଅବ୍ୟବସ୍ଥା,

ଉପଖଣ୍ଡ ଚିକିତ୍ସାଳୟ ରେ ଜରୁରୀ କାଳୀନ ଚିକିତ୍ସା ରେ ଅବ୍ୟବସ୍ଥା କାମାକ୍ଷାନଗର, କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଜରୁରୀ କାଳୀନ ସେବାରେ କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅନିୟମିତତା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଚିକିତ୍ସାଳୟ ରେ ସୋମବାର ରାତି ୯ ଟା ସମୟରେ ଜରୁରୀକାଳୀନ ସେବାରେ ନିୟୋଜିତ ଜନୈକ ଡାକ୍ତର କର୍ତ୍ତବ୍ୟରତ ଥିବା ବେଳେ ଯାଇଥିବା ଜଣେ ଥଣ୍ଡା ଜ୍ୱର ରୋଗୀଙ୍କୁ ଏଇଟା ଜରୁରୀ କାଳୀନ ସେବା ଏହି ସମୟରେ ଜ୍ୱର ଥଣ୍ଡା ଚିକିତ୍ସା ହୋଇପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ l କିନ୍ତୁ ସଂପୃକ୍ତ ରୋଗୀ ଜଣେ ଗଣମାଧ୍ୟମ ର ପ୍ରତିନିଧି ବୋଲି ପରିଚୟ ଦେଇଥିବା ବେଳେ ଚିଠା ରେ ଗୋଟିଏ ଔଷଧ ଲେଖି ବାହାରୁ ନେଇ ଯିବାକୁ କହିଥିଲେ l ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧି ଏ ସଂକ୍ରାନ୍ତରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ କୁ ଜଣାଇବା ପରେ ସଙ୍ଘ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନଜର କୁ ଆଣିବା ପରେ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ପ୍ରକାଶ କରିଥିଲେ l ଜଣେ ଗଣମାଧ୍ୟମ ପ୍ରତିନିଧି ଏଭଳି ଚିକିତ୍ସାର ସମ୍ମୁଖୀନ ହେଉଥିବା ବେଳେ ସାଧାରଣ ଜନତା କିଭଳି ଚିକିତ୍ସାର ସୁବିଧା ପାଉଥିବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି,, ଦିଲ୍ଲୀପ କୁମାର ନାୟକ ଓମ ମିଡ଼ିଆ,

Sep 9, 2026 - 20:36
 0  8
ଉପଖଣ୍ଡ ଚିକିତ୍ସାଳୟ ରେ ଜରୁରୀ କାଳୀନ ଚିକିତ୍ସା ରେ ଅବ୍ୟବସ୍ଥା,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0