ଏକତରଫା ପ୍ରେମରୁ କରୁଣ ପରିସ୍ଥିତି: ଶିକ୍ଷକଙ୍କ କଟୁରୀ ଚୋଟରେ ପରିବାରର ୫ ସଦସ୍ୟ ଗୁରୁତର,,
ଏକତରଫା ପ୍ରେମରୁ କରୁଣ ପରିସ୍ଥିତି: ଶିକ୍ଷକଙ୍କ କଟୁରୀ ଚୋଟରେ ପରିବାରର ୫ ସଦସ୍ୟ ଗୁରୁତର ଔପଦା ଥାନା ପାଟଣା ଗ୍ରାମର ଏକ ତରଫା ପ୍ରେମରୁ କରୁଣ ପତିସ୍ଥିତିର ଚିତ୍ର ସାମ୍ନାକୁ ଆସିଛି। ଜଣେ ଶିକ୍ଷକଙ୍କ କଟୁରି ଚୋଟରେ ଶିକ୍ଷୟିତ୍ରୀଙ୍କ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁସାରେ ଔପଦା ହାଇସ୍କୁଲରେ ପୃଥ୍ୱୀରାଜ କର ନାମକ ଜଣେ ଶିକ୍ଷକ ସେହି ସ୍କୁଲର ଶିକ୍ଷୟତ୍ରୀ ଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଏଥିରେ ରାଜି ନହେବାରୁ କିଛିଦିନ ହେବ ବିବାଦ ଲାଗିରହିଥିଲା। ଆଜି ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ଶିକ୍ଷକ ଜଣଙ୍କ ଶିକ୍ଷୟିତ୍ରୀଙ୍କ ଘରେ ପହଂଚି ଏକ କଟୁରିରେ ଶିକ୍ଷୟିତ୍ରୀ ସୁଚିଶ୍ମିତା ସେଠି ଙ୍କ ସମେତ ତାଙ୍କ ବାପା କୃଷ୍ଣଚନ୍ଦ୍ର ସେଠି,ମା ପ୍ରଭାସିନୀ ସେଠି, ଜେଜେବାପା ବାବାଜୀ ସେଠି ଓ ଭାଇ ଜ୍ୟୋତିର୍ମୟ ସେଠିଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଔପଦା ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ଖଇରା ,ଔପଦା , ସୋର ଏବଂ ବାଲେଶ୍ଵର ଡାକ୍ତରଖାନା ରେ ଭର୍ତି କରିଥିଲେ। ଖବର ପାଇ ଔପଦା ପୁଲିସ ଉନ୍ମୁକ୍ତ କାଣ୍ଡ ଭିଆଇ ଥିବା ଶିକ୍ଷକଙ୍କୁ ଥାନାରେ ଅଟକ ରଖିବା ସହିତ ତାଙ୍କ ନିକଟରୁ କଟୁରୀ ଜବତ କରିଛି। ବାଲେଶ୍ଵର ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ ମିଡ଼ିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0