ଖଟ ଯୋଗେ ବୁହା ହେଲା ମୃତ ଶବ। ସଡ଼କ ଦୁର୍ଘଟଣାରେ ଦୁଇ ଭାଈ ମୃତ।

ଖଟ ଯୋଗେ ବୁହା ହେଲା ମୃତ ଶବ। ସଡ଼କ ଦୁର୍ଘଟଣାରେ ଦୁଇ ଭାଈ ମୃତ। ତା୧୫/୦୯/୨୦୨୬, ମଙ୍ଗଳବାର, ପରଜଙ୍ଗ, ଢେଙ୍କାନାଳ। ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଦେଇ ଯାଇଥିବା ୧୪୯ ନମ୍ବର ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟା ସମୟରେ ସଡକ ଦୁର୍ଘଟଣାରେ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ଘରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ଭାଈଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଖୁଆପାଳ ପଞ୍ଚାୟତର ଝରିପାଳ ବସ୍ତିର ଜୟଦେବ ସିଂହଙ୍କ ଦୁଇ ପୁଅ ରଞ୍ଜନ ଓ ଗଣେଶ୍ୱର ଏବଂ ଅଜୟ ମୁଣ୍ଡା ଘରକୁ ମୋଟରସାଇକେଲ ଯୋଗେ ଫେରୁଥିବା ସମୟରେ ଦଦରାଘାଟି ଜଳ ପ୍ରକଳ୍ପ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିଲା। ମୋଟରସାଇକେଲ ସହ ତିନି ଜଣ ଯାକ ରାସ୍ତା ପାର୍ଶ୍ଵରେ ଥିବା ଲୁହା ସୁରକ୍ଷା ବାଡ଼ରେ ଯାଇ ବାଡେଇ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଓ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ତିନି ଜଣଙ୍କୁ ରୋଗୀ ବାହାକ ଯାନ ଦ୍ଵାରା ତାଳଚେର ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜଣଙ୍କୁ କଟକ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଜୟଦେବ ସିଂହଙ୍କ ଦୁଇ ପୁଅଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ ଘଟିଥିଲା।ଉଭୟ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ପରଜଙ୍ଗ ପୋଲିସ ।ପୋଲିସ ମାମଲା ରୁଜୁ କରି ଦୁର୍ଘଟଣା ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି। ଗାଁରେ ଉଭୟଙ୍କ ମୃତ ଦେହ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୋମୁହାଁଣୀ ଠାରୁ ଝରଣାପାର ଯିବା ବାଟରେ ଗମ୍ଭୀରିଆ ନାଳର ଜଳ ସ୍ରୋତ ଥିବା ଯୋଗୁଁ ରୋଗୀ ବାହାକ ଗାଡି ଘର ପର୍ଯ୍ୟନ୍ତ ଯିବା ସମ୍ଭବ ହୋଇପାରିନାହିଁ। ଆତ୍ମୀୟ ସ୍ଵଜନ ମାନେ ଖଟ ଯୋଗେ ମୃତଦେହ ପ୍ରାୟ ୧ କିଲୋମିଟରରୁ ଉର୍ଦ୍ଧ୍ବ ବାଟ ବୋହି କରି ନେବା ଘଟଣା ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଛି। ଉକ୍ତ ଆଦିବାସୀ ଅଧୁଷିତ ବସ୍ତିକୁ ସ୍ଥାୟୀ ରାସ୍ତା ସାଙ୍ଗକୁ ନାଳ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲ ନିର୍ମାଣ ପାଇଁ ବିଫଳ ହୋଇପଡିଛି। ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତା୧୫/୦୯/୨୦୨୬, ମଙ୍ଗଳବାର, ପରଜଙ୍ଗ, ଢେଙ୍କାନାଳ। ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଦେଇ ଯାଇଥିବା ୧୪୯ ନମ୍ବର ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟା ସମୟରେ ସଡକ ଦୁର୍ଘଟଣାରେ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ଘରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ଭାଈଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଖୁଆପାଳ ପଞ୍ଚାୟତର ଝରିପାଳ ବସ୍ତିର ଜୟଦେବ ସିଂହଙ୍କ ଦୁଇ ପୁଅ ରଞ୍ଜନ ଓ ଗଣେଶ୍ୱର ଏବଂ ଅଜୟ ମୁଣ୍ଡା ଘରକୁ ମୋଟରସାଇକେଲ ଯୋଗେ ଫେରୁଥିବା ସମୟରେ ଦଦରାଘାଟି ଜଳ ପ୍ରକଳ୍ପ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିଲା। ମୋଟରସାଇକେଲ ସହ ତିନି ଜଣ ଯାକ ରାସ୍ତା ପାର୍ଶ୍ଵରେ ଥିବା ଲୁହା ସୁରକ୍ଷା ବାଡ଼ରେ ଯାଇ ବାଡେଇ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଓ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ତିନି ଜଣଙ୍କୁ ରୋଗୀ ବାହାକ ଯାନ ଦ୍ଵାରା ତାଳଚେର ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜଣଙ୍କୁ କଟକ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଜୟଦେବ ସିଂହଙ୍କ ଦୁଇ ପୁଅଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ ଘଟିଥିଲା।ଉଭୟ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ପରଜଙ୍ଗ ପୋଲିସ ।ପୋଲିସ ମାମଲା ରୁଜୁ କରି ଦୁର୍ଘଟଣା ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି। ଗାଁରେ ଉଭୟଙ୍କ ମୃତ ଦେହ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୋମୁହାଁଣୀ ଠାରୁ ଝରଣାପାର ଯିବା ବାଟରେ ଗମ୍ଭୀରିଆ ନାଳର ଜଳ ସ୍ରୋତ ଥିବା ଯୋଗୁଁ ରୋଗୀ ବାହାକ ଗାଡି ଘର ପର୍ଯ୍ୟନ୍ତ ଯିବା ସମ୍ଭବ ହୋଇପାରିନାହିଁ। ଆତ୍ମୀୟ ସ୍ଵଜନ ମାନେ ଖଟ ଯୋଗେ ମୃତଦେହ ପ୍ରାୟ ୧ କିଲୋମିଟରରୁ ଉର୍ଦ୍ଧ୍ବ ବାଟ ବୋହି କରି ନେବା ଘଟଣା ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଛି। ଉକ୍ତ ଆଦିବାସୀ ଅଧୁଷିତ ବସ୍ତିକୁ ସ୍ଥାୟୀ ରାସ୍ତା ସାଙ୍ଗକୁ ନାଳ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲ ନିର୍ମାଣ ପାଇଁ ବିଫଳ ହୋଇପଡିଛି। ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Sep 15, 2026 - 18:51
 0  11
ଖଟ ଯୋଗେ ବୁହା ହେଲା ମୃତ ଶବ। ସଡ଼କ ଦୁର୍ଘଟଣାରେ ଦୁଇ ଭାଈ ମୃତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0