ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଜନ ଅସନ୍ତୋଷ।
ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଜନ ଅସନ୍ତୋଷ। ତା୦୩/୦୯/୨୦୨୬, ଗୁରୁବାର। ଭାପୁର,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଗତ ୧୫ ଦିନ ହେଲା ଢେଙ୍କାନାଳ ସଦର ବ୍ଲକ ଭାପୁର ଛଦେଶ ଅଞ୍ଚଳରେ ପ୍ରତ୍ୟହ ୭/୮ଘଣ୍ଟା ଟାଟା ପାୱାର ର ଅଘୋଷିତ ବିଦ୍ୟୁତ୍ କାଟ ଉପଭୋକ୍ତାଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ବିଦ୍ୟୁତ୍ ବିଭାଗର ଅବହେଳା ଏବଂ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଅଞ୍ଚଳବାସୀ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ଭାପୁର କୋଇଲିପଙ୍ଗି ଠାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଶକ୍ତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ସହ ଛଦେଶ ଅଞ୍ଚଳର ବିଦ୍ୟୁତ ବିଭାଗ କୁ ବାରମ୍ବାର ଏଥିପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିବା ପରେ ମଧ୍ୟ ସମସ୍ୟା ର ସମାଧାନ ହେଉନାହିଁ। ଏଥିପାଇଁ କୋଇଲିପଙ୍ଗି ଠାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟରେ ପୁନଃ ଏକ ଦାବୀପତ୍ର ନେଇ ମାନ୍ୟବର ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ଏହା ସହିତ ଟିପିସିଓଡିଏଲର ଅଧିକାରୀମାନଙ୍କୁ ମଧ୍ୟ ଛଦେଶବାସୀ ବୁଦ୍ଧିଜୀବୀ ଉପସ୍ଥିତ ରହି ବାରମ୍ବାର ଅଭିଯୋଗ କରିବା ସହ,ଛଦେଶର ଉପଭୋକ୍ତାମାନେ ସେହି ବିଦ୍ୟୁତ୍ କାଟର ସମସ୍ୟା ଭୋଗୁଛନ୍ତି। ତେବେ ନିରବଛିନ୍ନ ବିଦ୍ୟୁତ୍ ବିତରଣ ସେବା ସରକାର ଛଦେଶ ଅଞ୍ଚଳବାସୀଙ୍କୁ କେବେ ଯୋଗାଇ ଦେବେ ତାହା ଆଗକୁ ଦେଖିବାକୁ ବାକି ରହିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0