ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ନବନିର୍ମାଣ କୃଷକ ସଙ୍ଗଠନ ଯାଜପୁର,,,
*ଟ୍ରାକ୍ଟର ଧାନଗାଡ଼ି ଆଗେ ଆଗେ ସାଷ୍ଟାଙ୍ଗ ଦଣ୍ଡବତ*
*ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ନବନିର୍ମାଣ କୃଷକ ସଙ୍ଗଠନ*
ଯାଜପୁର ,୩୦/୦୩
(ବିଦ୍ୟାଧର ଦାସ :ଓମ ମିଡ଼ିଆ ) ଚଳିତ ବର୍ଷ ସାରା ଯାଜପୁର ଜିଲ୍ଲାରେ ଆଶାଧିକ ସରସ ସୁନ୍ଦର ଧାନ ଅମଳ ହୋଇଛି। ଚାଷୀଙ୍କର ଅମଳ ଏତେ ସ୍ଵଛ ହୋଇଥିଲେ ମଧ୍ୟ ଧାନ ମଣ୍ଡିରେ ହଟହଟା ପ୍ରସଙ୍ଗ ସାରା ଯାଜପୁର ଚାଷୀଙ୍କୁ ହତୋତ୍ସାହ କରିଛି। ଟୋକନ ଲାପ୍ସ ହେବା ପରେ ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି। ଅମଳ ମୁତାବକ ଟୋକନ ମିଳି ନ ଥିବାରୁ ଚାଷୀ ବଲକ୍ସ ଧାନକୁ ଘର ବାରଣ୍ଡାରେ ଥାକ ମାରି ବସିଛି। ଭାଗ ଚାଷୀ ବଞ୍ଚିବାକୁ ରାହା ଖୋଜୁଛି। ତେବେ ଏ ବିଭିନ୍ନ ସମସ୍ୟାକୁ ନେଇ କିଛିଦିନ ତଳେ ନବନିର୍ମାଣ କୃଷକ ସଂଗଠନର ଚାଷୀମାନେ ଯାଜପୁର ଜିଲ୍ଲା ମହୋତ୍ସବ ମଞ୍ଚରେ ଚଢ଼ି ନିଆଁରା ଭାବରେ ପ୍ରତିବାଦ ଜଣାଇ ୧୫ ଜଣ ଗିରଫ ହୋଇ ଶେଷରେ ୨୨ଘଣ୍ଟା ପରେ ଘରକୁ ଫେରିଥିଲେ।ପ୍ରଶାସନ ର ନିଦ ନ ଭାଙ୍ଗିବାରୁ ୨୬ ତାରିଖରେ ଜିଲ୍ଲାପାଳ ନିଜେ ଏକ କେନ୍ଦ୍ରୀୟ ମଣ୍ଡି ଖୋଲି ବଳକା, ଲାପ୍ସ, ଓ ଭାଗଚାଷୀର ଧାନ କିଣନ୍ତୁ ବୋଲି କହିଥିଲା ସଂଗଠନ। ତଥାପି ଜିଲ୍ଲାପ୍ରଶାଶନର କୋଣସି ଆଲୋଚନା ବିମର୍ଷ ନ ହୋଇପାରିବାରୁ ଆଜି ସଂଗଠନ ପକ୍ଷରୁ ଏକ ଅଭିନବ ଉପାୟରେ ଚାଷୀମାନେ ଧାନ ଧରି ଆସିଥିଲେ।ଯାଜପୁର ସହରର ମାନସା ପୋଲ ନିକଟରୁ ଚାଷୀମାନେ ଟ୍ରାକ୍ଟର, ପିକଅପ, ଡାଲାଅଟୋରେ ଭର୍ତ୍ତିଧାନ ଗାଡ଼ି ସହ, ଗାଡି ଆଗେ ଆଗେ ସାଷ୍ଟାଙ୍ଗ ଦଣ୍ଡବତ କରି କରି ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲେ। ଚାଷୀମାରଣ ନୀତିକୁ ନିନ୍ଦା କରିବା ସହ ଗରିବ ନିରୀହ ଚାଷୀର ଧାନକୁ ଜିଲ୍ଲାପାଳ କିଣିବା ପାଇଁ ବିକଳ୍ପ ବାହାର କରିବାକୁ ଗୁହାରି ଜଣାଉଥିଲେ। ଜିଲ୍ଲାରେ ସମ୍ପୂର୍ଣ୍ଣ ଧାନ କିଣା ନ ସରିବା ଯାଏ ଧାନ କିଣା ସମୟସୀମା ଆଉ ୧୫ ଦିନ ବୃଦ୍ଧିପାଇଁ ଜୋରଦାର ଦାବି କରିଥିଲେ। ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀମାନଙ୍କର ପଞ୍ଜିକରଣ ଅନୁଯାୟୀ ଜିଲ୍ଲାରେ ୧୮୨ ଗୋଟି ମଣ୍ଡିର ବ୍ୟବସ୍ଥା ହୋଇଥିଲେ ହେଁ, ଗତ ୨୭ ତାରିଖ ସୁଦ୍ଧା ସମୁଦାୟ ୧୯ ଲକ୍ଷ ୫୫ ହଜାର ୬୪୯ କ୍ୱିଣ୍ଟାଲ ଧାନରୁ ୧୯ ଲକ୍ଷ ୯ ହଜାର ୫୮୫ କ୍ୱିଣ୍ଟାଲ ଧାନ କ୍ରୟ ହୋଇଛି।ଉକ୍ତ ଦିନର ତଥ୍ୟ ଆଧାରରେ ଆହୁରି ୧୪୦୦ ଟୋକନଧାରୀଙ୍କର ୫୩୭୮୮ କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ ରହିଛି। ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ କହିବା ଅନୁସାରେ ଜିଲ୍ଲାର ଚାଷୀମାନଙ୍କ ହତାକର୍ତ୍ତା ହେଉଛନ୍ତି ଜିଲ୍ଲାପାଳ। ଗତ ୨୭ ତାରିଖ ତଥ୍ୟ ଆଧାରରୁ ବୁଝାପଡ଼େ ଯେ, ପ୍ରତ୍ୟେକ ମଣ୍ଡିରେ କ୍ୱିଣ୍ଟାଲ ପିଛା ୭/୮ କେଜି କଟନୀ ଛଟନୀ କରାଯିବା ସହ ୫୦/ ୮୦ ଟଙ୍କା ଲେଖାଏଁ ହାତଗୁଂଜା ନେବା ଓ ଲୋଡିଙ୍ଗ ବାବଦକୁ ଅଖା ପିଛା ୧୦ ଟଙ୍କା ସିଧାସଳଖ ଚାଷୀଠାରୁ ଲୁଟ ହେଉଛି। କ୍ୱିଣ୍ଟାଲ ପିଛା ୭ କିଲୋ ହିସାବରେ ୨୦ ଲକ୍ଷ କ୍ୱିଣ୍ଟାଲରୁ ଲକ୍ଷେ ଚାଳିଶ ହଜାର କ୍ୱିଣ୍ଟାଲ ଅର୍ଥାତ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଆଧାରରେ ୪୩ କୋଟି ୪୦ ଲକ୍ଷ ଟଙ୍କା ଆତ୍ମସାତ ହୋଇ ସାରିଲାଣି ,ଅଥଚ ଜିଲ୍ଲାପାଳଙ୍କ ହାତରେ ମିଲରଙ୍କ ହାତକଡୀ ପଡ଼ିଛି ବୋଲି କହିଛନ୍ତି ଶ୍ରୀ ରାୟ। ଅନ୍ୟପଟେ ଚାଷୀମାନଙ୍କ ଏହି ଅଭିନବ ପ୍ରତିବାଦ ଓ ଗୁହାରି ଦଣ୍ଡଯାତ୍ରା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୁଅନ୍ତେ ଅତିରିକ୍ତ ରାଜସ୍ୱ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁ ଚାଷୀମାନଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ଯେଉଁ ଚାଷୀମାନଙ୍କର ଧାନ ବଳକା ରହିଛି କିମ୍ବା ଟୋକାନ ଲାପ୍ସ ହୋଇଛି, କିମ୍ବା ଭାଗଚାଷୀର ଧାନ ରହିଛି, ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଦେବାକୁ ପରାମର୍ଶ ଦେଇଥିଲେ। ତାଲିକା ପାଇବା ପରେ ତଦନ୍ତ କରାଯାଇ ଚାଷୀଙ୍କ ଧାନ କିଣିବାରେ ନିଶ୍ଚୟ ପ୍ରଶାସନ ଚାଷୀଙ୍କ ସ୍ୱାର୍ଥରେ ସୁବନ୍ଦୋବସ୍ତ କରିବା ସହ ସୁପଦକ୍ଷେପ ନେବ ବୋଲି ପ୍ରତିଶୃତି ଦେଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0