ଝଲମଲ ଆଲୋକ ମାଳା ରେ ଝଲସୁଛି ଢ଼େଙ୍କାନାଳ ସହର। ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ମା'ଗଜଲକ୍ଷ୍ମୀ କରିଛନ୍ତି ଧରାବତରଣ।
ଝଲମଲ ଆଲୋକ ମାଳା ରେ ଝଲସୁଛି ଢ଼େଙ୍କାନାଳ ସହର। ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ମା'ଗଜଲକ୍ଷ୍ମୀ କରିଛନ୍ତି ଧରାବତରଣ। ତା୦୧/୧୧/୨୦୨୬, ରବିବାର, ଢେଙ୍କାନାଳ। ଝଲମଲ ଆଲୋକ ମାଳା ସାଙ୍ଗକୁ ରଙ୍ଗବେରଙ୍ଗ ତୋରଣରେ ସଜେଇ ହୋଇଛି ଢେଙ୍କାନାଳ ର ଗଳିକନ୍ଦି।ଧୂପ,ଦୀପ ଓ ମନ୍ତ୍ରଧ୍ୱନିରେ ମୁଖରିତ ହୋଇଉଠିଛି ଏକ ଚାଳିଶ ପୂଜା ମଣ୍ଡପ!ଓଡ଼ିଶାର ଗଣପର୍ବ ବିଶ୍ୱପ୍ରସିଦ୍ଧ ମା'ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇ ଆଜି ସପ୍ତମ ଦିନରେ ପହଞ୍ଚିଛି। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଦୁଇ ଦିନ ହେଲାଣି ପାଗ ଭଲ ଥିବାରୁ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାର ସପ୍ତମ ସନ୍ଧ୍ୟା(ରବିବାର)ଦିନ ହୋଇଛି ସହର ଲୋକାରଣ୍ୟ।ପାଗରେ ପରିବର୍ତ୍ତନ ଆସିବା ପରେ ଅପରାହ୍ନ ରୁ ସହରର ବିଭିନ୍ନ ପୂଜାମଣ୍ଡପରେ ଦର୍ଶକଙ୍କ ଭିଡ଼ ଜମିବାର ଦେଖିବାକୁ ମିଳିଥିଲା।ପୂଜା ଦେଖିବାକୁ ଆଖ ପାଖ ଅଞ୍ଚଳରୁ ତଥା ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ଛୁଟି ଆସିଥିଲେ ଅଗଣିତ ଦର୍ଶକ।ସେପଟେ ଆକର୍ଷଣୀୟ ତୋରଣ,ଚିତ୍ତାକର୍ଷକ ସାଜସଜ୍ଜା ଓ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇ ଥିବା ଢେଙ୍କାନାଳ ସହର ସତେ ଯେମିତି ସମସ୍ତଙ୍କୁ ସ୍ବାଗତ କରୁଥିଲା।ସନ୍ଧ୍ୟା ୫ଟା ପରଠାରୁ ଦର୍ଶକଙ୍କ ଆଗମନ ବଢ଼ିବା ସହ ରାତି ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ରାସ୍ତାରେ ଜନଗହଳି ଲାଗି ରହିଥିଲା। ତେବେ ଅନୁମାନିକ ଆଠ ରୁ ଦଶ ଲକ୍ଷ ଶ୍ରଦ୍ଧାଳୁ ଙ୍କର ଆଗମନ ରେ ଢେଙ୍କାନାଳ ସହର ପାଲଟିଥିଲା ଜନସମୁଦ୍ର। ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଟ୍ରାଫିକ କଣ୍ଟ୍ରୋଲ,ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇ ଥିବାର ଦେଖାଯାଇଛି। ବିଶେଷ କରି ଗ୍ରାମାଞ୍ଚଳର ଅଧିକାଂଶ ସ୍ଥାନରେ ଭସାଣି ଉତ୍ସବ ଶେଷ ହୋଇଥିବାରୁ ଗ୍ରାମାଞ୍ଚଳର ଲୋକେ ସପରିବାରେ ସହରର ଲକ୍ଷ୍ମୀପୂଜା ଦେଖୁବାକୁ ଆସୁଛନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ଦର୍ଶକ ଢେଙ୍କାନାଳ ଆସି ପୂଜାମଣ୍ଡପ ବୁଲିବା ସହ ପୂଜାକୁ ଉପଭୋଗ କରୁଛନ୍ତି। ସହରର କଲେଜ ବଜାର ଠାରୁ ଗଣେଶ ବଜାର,ରଥଗଡ଼ାଠାରୁ ବାଜିଚୌକ,ବାଜି ଚୌକ ଠାରୁ କାଲଟାକ୍ସ ପର୍ଯ୍ୟନ୍ତ ପ୍ରାୟ ଦଶ କିଲୋମିଟର ଧରି ସବୁଠି ଦର୍ଶକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା।ଶ୍ରଦ୍ଧାଳୁ ଭକ୍ତଜନ ମା’ଲକ୍ଷ୍ମୀଙ୍କ ଦର୍ଶନଲାଭ କରିବା ସହ ମେଳା ବୁଲି ମଜା ଉଠାଇଛନ୍ତି।ବିଭିନ୍ନ ପ୍ରକାରଫାଷ୍ଟଫୁଡ,ରୋଲ,ଚାଟ୍, ଲଙ୍କାଚପ୍,ମଥୁରାକେକ୍,କଟ୍ଲେଟ,ଦହିବରା,ବିରିୟାନୀ,ଚକୁଳି କୁ ମର୍ଟନ,ଆଇସ୍କ୍ରିମ୍ ଆଦିର ମଜା ନେଇଛନ୍ତି। ରଥଗଡ଼ା,ମିନିଷ୍ଟାଡ଼ିୟମ୍,ବିବି ହାଇସ୍କୁଲ ପଡ଼ିଆରେ ପଡ଼ିଥିବା ବାଣିଜ୍ୟ ମେଳାରେ ବିଭିନ୍ନ ଦୋଳିର ମଜା ଉଠାଇଛନ୍ତି।ମହିଷାପାଟଠାରେ ପଡ଼ିଥିବା ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଅସମ୍ଭାଳ ଭିଡ଼ ହୋଇଥିବା ବେଳେ ଭଲ ବ୍ୟବସାୟ ହୋଇଥିବା ଜଣାପଡିଛି। ପୂଜା ବଜାର ହୋଇଛି ସରଗରମ।ମନ ଜିଣୁଛି ଆଖି ଝଲସା ତୋରଣ।ପାଗ ବଦଳିବା ସହ ଆଖି ଝଲସା ଲାଇଟ୍ ମଧ୍ୟରେ ଖଚାଖଚ୍ ଭିଡ଼।ଏଥର ଚର୍ଚ୍ଚାରେ ରହିଛି କଲେଜ ବଜାରର ଫୁଲରେ ହୋଇଥିବା ତୋରଣ। ସେହିଭଳି ବାଜିଚୌକି ବାଉଁଶ,ନଡ଼ାରେ ଚାଳିଆ ଭଳି ହୋଇଥିବା ତୋରଣ ଶୁଦ୍ଧାଳୁଙ୍କୁ ବାନ୍ଧି ରଖୁଛି। ପ୍ରତ୍ୟେକ କମିଟିରେ ଏଭଳି ଭଳିକି ଭଳି ତୋରଣ ଲକ୍ଷ୍ମୀପୂଜା ଦେଖିବାକୁ ଆସୁଥିବା ଭକ୍ତଙ୍କୁ ଦେଉଛି ଭରପୁର ଆନନ୍ଦ।ବଳରାମ ମନ୍ଦିର ନିକଟରେ ହେଇଥିବା କୈବଲ୍ୟ ବଜାରର ତୋରଣ ପ୍ରତିବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଇଟି ଥାଏ। ଭିନ୍ନ ଭିନ୍ନ କଳା କୌଶଳ ଏଠାରେ ଦେଖିବାକୁ ଲୋକଙ୍କର ଆଶା ରହିଥାଏ।ଏହାକୁ ଦୃଷ୍ଟିରେ ରଖି ଏଥର ମଧ୍ୟ ପୂଜା କମିଟି ଅତି ସୁନ୍ଦର ଆକର୍ଷଣୀୟ ମେଢ଼ ସାଙ୍ଗକୁ ତୋରଣ କରିଥିବାରୁ ପ୍ରବଳ ଭିଡ଼ ଲାଗୁଛି। ଅନ୍ୟତମ ଆକର୍ଷଣ ପାଲଟିଛି ବାଜିଚୌକି ପୂଜା କମିଟି।ଏଠାରେ ଶ୍ରୀୟା ଚଣ୍ଡାଳୁଣିର ଚାଳିଆ ନିର୍ମାଣ କୁ ଦର୍ଶାଯାଇଛି।ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାରୁ ଲୋକଙ୍କ ଆଗମନ ହୋଇଥିବା ବେଳେ ସବୁ ରାସ୍ତା ଓ ପାର୍କିଂ ସ୍ଥଳ ଜାମ୍ ହୋଇଥିଲା। କିଣାକିଣି,ଖାଇବା,ଦୋଳିରେ ସମସ୍ତେ ପୂଜାର ଭରପୁର ମଜା ନେଇଥିଲେ। ପୂର୍ବରୁ ଡ଼ାଳ ଛାମୁଣ୍ଡିଆରେ ହେଉଥିବା ଗଜଲକ୍ଷ୍ମୀ ପୂଜା ଆଜି ବୃହତ ଆକାର ନେଇଛି। ବିଶ୍ଵ ପ୍ରସିଦ୍ଧି ଲାଭ କରିଛି। ଢେଙ୍କାନାଳ ସହ ଗଜଲକ୍ଷ୍ମୀ ପୂଜା ର ପରମ୍ପରା ଆବହମାନ କାଳରୁ ଥିବା ବେଳେ ଢେ଼ଙ୍କାନାଳ କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି।ଏବେ ଗଜଲକ୍ଷ୍ମୀ ପୂଜା ପ୍ରତ୍ୟେକ ପୂଜା କମିଟିର ସହଯୋଗ ଅଗଣିତ ଦର୍ଶକ ମାନଙ୍କର ଆନ୍ତରିକତା ହିଁ ଏହି ପୂଜାକୁ ଏତେ ବାଟ ଆଣି ପାରିଛି।ଏହା କିଭଳି ଆହୁରି ଆଗକୁ ଯିବ ଓ ଗୌରବମୟ ପରିଚୟ ହୋଇ ରହିପାରିବ ବର୍ତ୍ତମାନ ପିଢ଼ିର ଗୁରୁ ଦାୟିତ୍ଵ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0