ବନ୍ତଳା ପଞ୍ଚାୟତ ରେ ମାରାଥନ ଶିଳାନ୍ୟାସ ଓ ଉଦଘାଟନ,
ବନ୍ତଳା ପଞ୍ଚାୟତ ରେ ମାରାଥନ ଶିଳାନ୍ୟାସ ଓ ଉଦଘାଟନ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବନ୍ତଳା ଗ୍ରାମ ପଞ୍ଚାୟତରେ ଆଜି ଏକ ମାରାଥନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ବାରିମୂଳ, ବରୀ ଠେଙ୍ଗଡ଼, ଉବୁକା,ବନ୍ତଳା, କଇଁତିପୋଖରୀ, ଉପୁଳା, କପାଷ୍ଟିକିରି ଆଦି ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ସହ ପାଛୋଟି ନେଇଥିଲେ।ଏହାପରେ ବନ୍ତଳା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଲଲାଟେନ୍ଦୁ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଜନସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଅମର କୁମାର ନାୟକ କହିଥିଲେ ଯେ, ବନ୍ତଳା ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ସେନାପତି, ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ପ୍ରସାଦ ନାୟକ, ଅରବିନ୍ଦ ସାମଲ, ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ବନ୍ତଳା ସରପଞ୍ଚ ସମୀର ରାଉତ, ପଞ୍ଚାୟତ ସଭାପତି ଭାବଗ୍ରାହୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବନ୍ତଳା ପଞ୍ଚାୟତର ଶତାଧିକ ଜନସାଧାରଣ, ମହିଳା ଓ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପରିଶେଷରେ ପୂର୍ବତନ ସରପଞ୍ଚ ଦୀପକ ପ୍ରତାପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବଡ଼ଚଣାରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ଓମ ମିଡ଼ିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0