ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଟି ପଡିଛି ତାଲା
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ,ଚିକଣାଗ୍ରାମ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଟିରେ ପଡିଛି ତାଲା,ବଡ଼ ଦୁଃଖର କଥା ଏଠାରେ ଯେଉଁ C. H. O ଶ୍ରୀମତୀ ଶୁଭଶ୍ରୀ ରଥ ଥିଲେ,ଗ୍ରାମ ବାସୀଙ୍କ କହିବା କଥା, ବହୁତ ଭଲ ଥିଲେ, ଭଲ ଭାବରେ ତାଙ୍କର କାର୍ଯ୍ୟ ତୁଲାଉ ଥିଲେ, ତଳସ୍ତର କର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଙ୍କ ସହିତ ମଧ୍ୟ ସୁସମ୍ପର୍କ ରକ୍ଷା କରୁଥିଲେ, କିନ୍ତୁ କିଛି ସ୍ୱାର୍ଥପର ଅସାମାଜିକ ଲୋକ ମାନେ C. H. O ଙ୍କୁ ଧମକାଇ ଚାନ୍ଦା ମାଗିଲେ ସମ୍ପୃକ୍ତ ଅଧିକାରିଣୀ ସେମାଙ୍କୁ ଚାନ୍ଦା ନଦେବାରୁ, ମିଛ କହି ତାଙ୍କୁ ଚିକଣାରୁ ସ୍ଥାନାତରିତ କରାଇ ଅଛନ୍ତି, ଯାହା ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତେଣୁ ଗ୍ରାମ ବାସୀଙ୍କ ଅନୁରୋଧ ଟ୍ରାନ୍ସଫର କୁ ବାତିଲ କରି ପୁନଃ ନିଯୁକ୍ତି ଦିଆଯାଉ,ନଚେତ ନୂଆ ନିଯୁକ୍ତି ଦିଆଯାଉ,ଏଥି ସହିତ C. D. M. O ଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ ପ୍ରଦାନ କରିଛନ୍ତି,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0