ବିପଦ ସଂଙ୍କୁଳ ଯାତ୍ରୀ ବିଶ୍ରାମଗାର।ବିକାଶ କୁ ଆଖି ଠାର।

ବିପଦ ସଂଙ୍କୁଳ ଯାତ୍ରୀ ବିଶ୍ରାମଗାର।ବିକାଶ କୁ ଆଖି ଠାର। ତା୧୦/୦୯/୨୦୨୬,ଗୁରୁବାର, ଓଡ଼ାପଡ଼ା, ଢେଙ୍କାନାଳ । ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ବଳରାମପ୍ରସାଦ ଗ୍ରାମ ଠାରେ ଥିବା ସରକାରୀ ଯାତ୍ରୀ ବିଶ୍ରାମଗାର ଟି ଗତ ଜୁଲାଇ ୧୬ ତାରିଖ ଦିନ ଭାଙ୍ଗି ରୁଜି ଯାଇ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି।ଗତ ଜୁଲାଇ ମାସରେ ପ୍ରବଳ ବର୍ଷା ଯୋଗୁଁ ସରପା ଯୋଡ ରେ ପ୍ରଚୁର ପରିମାଣରେ ପାଣି ଆସି ବନ୍ୟା ସୃଷ୍ଟି କରିଥିଲା।ସେହି ବନ୍ୟାଜଳ ଯାତ୍ରୀ ବିଶ୍ରାମଗାର କୁ ବୁଡାଇ ଦେଇଥିଲା।ଫଳରେ ବିଶ୍ରାମଗାର ଘର ତଳୁ ମାଟି ତଡି ନେଇ ଭାଙ୍ଗି ରୁଜି ଯାଇଥିଲା।ସେହି ବନ୍ୟାଜଳ ଅନେକ ଘର, ମନ୍ଦିର ଓ ବିଦ୍ୟାଳୟ ମଧ୍ୟରେ ପଶି ଅନେକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଥିଲା।ଏହି ସବୁ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ମରାମତି ହୋଇ ପାରିନାହିଁ। ଯାତ୍ରୀ ବିଶ୍ରାମଗାର ଟି କେଉଁ ମୁହୂର୍ତ୍ତରେ ଭୁଷୁଡି ପଡିବ ତାହା କହିହେବ ନାହିଁ।ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବଳରାମପ୍ରସାଦ ଗ୍ରାମବାସୀ ଦାବି କରିଛନ୍ତି।

Sep 10, 2026 - 21:50
 0  19
ବିପଦ ସଂଙ୍କୁଳ ଯାତ୍ରୀ ବିଶ୍ରାମଗାର।ବିକାଶ କୁ ଆଖି ଠାର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0