ବିମ୍ବୋଳ ନଟକଟା ସାହି ରେ ୮ ଦିନ ହେଲା ଅନ୍ଧାରରେ ୪୦ ପରିବାର,ଇଲେକ୍ଟ୍ରି ଅଫିସ ଆଗରେ ଟାୟାର ଜାଳି କଲେ ବିକ୍ଷୋଭ ଓ ଦେଲେ ଧାରଣା।
ବିମ୍ବୋଳ ନଟକଟା ସାହି ରେ ୮ ଦିନ ହେଲା ଅନ୍ଧାରରେ ୪୦ ପରିବାର,ଇଲେକ୍ଟ୍ରି ଅଫିସ ଆଗରେ ଟାୟାର ଜାଳି କଲେ ବିକ୍ଷୋଭ ଓ ଦେଲେ ଧାରଣା। ତା୦୧/୧୦/୨୦୨୬ରିଖ,ଗୁରୁବାର, ମଧୁସାହୁପାଟଣା, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ମଧୁସାହୁପାଟଣା ପଞ୍ଚାୟତ ବିମ୍ବୋଳ ନଟକଟା ସାହିରେ ବିଦ୍ୟୁତ୍ ସମସ୍ୟା ଉଗ୍ର ରୂପ ନେଇଛି। ୪୦ ପରିବାର ଆଜିକୁ ୮ ଦିନ ହେଲା ବିଦ୍ୟୁତ୍ ସରବରାହ ବିନା ଅନ୍ଧାରରେ ରହୁଛନ୍ତି। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅସନ୍ତୁଷ୍ଟ ହୋଇ ଆଜି ସାହି ବାସିନ୍ଦା କୋଇଲିପଙ୍ଗି ଇଲେକ୍ଟ୍ରି ଅଫିସ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓ ଧାରଣା ଦେଇଛନ୍ତି। ସାହିରେ ଛୋଟ ପିଲା,ବୃଦ୍ଧ,ବୃଦ୍ଧା ଏବଂ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0