ବିଷାକ୍ତ ଖାଦ୍ୟଜନିତ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ,,

ବିଷାକ୍ତ ଖାଦ୍ୟଜନିତ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ -- ଗାଁ ଗାଁରେ ଆଶା ସ୍ୱାସ୍ଥ୍ୟକର୍ମୀ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମଙ୍କ ସଚେତନତା କାର୍ଯ୍ୟକ୍ରମ -- ପ୍ରଶାସନ ପକ୍ଷରୁ ରାସ୍ତା କଡ଼ ଜଳଖିଆ, ମିଠା ଦୋକାନ ଗୁଡିକର ଖାଦ୍ୟ ଗୁଣବତ୍ତା ଯାଞ୍ଚ -- ଗାଁ କଲ୍ୟାଣ ସମିତି ଏବଂ ଡାକବାଜି ମାଧ୍ୟମରେ ଦିଆଯାଉଛି ଖାଦ୍ୟ ସୁରକ୍ଷା ବାର୍ତ୍ତା -- ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଛି ଜଳ ନମୁନା ଏବଂ ଖାଦ୍ୟ ନମୁନା ଯାଜପୁର, ୦୩/୦୫(ଓମ ମିଡ଼ିଆ ) ବିଷାକ୍ତ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ଅସୁସ୍ଥ ହେବା ଘଟଣା ପରେ ଆଜି ପ୍ରଭାବିତ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ସଚେତନତା ଅଭିଯାନ ଆରମ୍ଭ କରିଛି। ଦଶରଥପୁର ବ୍ଲକ୍ ପାଟପୁର ଅଞ୍ଚଳ ସମେତ ବିଭିନ୍ନ ଗ୍ରାମରେ ଆଶା ସ୍ୱାସ୍ଥ୍ୟକର୍ମୀ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଖାଦ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ ଦଳଗତ ସଭା ମାଧ୍ୟମରେ ଖାଦ୍ୟ ସୁରକ୍ଷା, ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଦଶରଥପୁର, ଜୟନ୍ତରା, କଟିକଟା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଜଳଖିଆ ଦୋକାନ, ହୋଟେଲ, ମିଠା ଦୋକାନଗୁଡ଼ିକର ସ୍ୱଚ୍ଛତା ଓ ଗୁଣବତ୍ତା ଯାଞ୍ଚ ସହ ବାସି ଖାଦ୍ୟ ଇତ୍ୟାଦି ତଦାରଖ କରାଯାଇଛି। ଡାକବାଜି ମାଧ୍ୟମରେ ସଚେତନତା ଜାଗରଣ କରାଯାଇଛି। ଲୋକଙ୍କୁ ହାତ ଧୋଇବା ଉପରେ ବିଶେଷ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଗାଁ କଲ୍ୟାଣ ସମିତି ମାଧ୍ୟମରେ ସଭା ଆୟୋଜନ କରାଯାଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଉଛି। ଏହାସହ ପାନୀୟ ଜଳର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୫ଟି ଜଳ ନମୁନା ନିଆଯାଇଥିବା ବେଳେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ତରଫରୁ ଅତିରିକ୍ତ ୭ ଟି ଖାଦ୍ୟ ନମୁନା ମଧ୍ୟ ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଛି। ଦଶରଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମଙ୍ଗଳପୁର ଟିମ୍ ଦ୍ଵାରା ବିଭିନ୍ନ ପଞ୍ଚାୟତରେ ଘର ଘର ବୁଲି ଖାଦ୍ୟ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ଏବଂ ପରାମର୍ଶ ଦିଆଯାଉଛି। ଏତଦ୍ ବ୍ୟତୀତ ମେଡିକାଲ କଲେଜରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଆସି ପରିସ୍ଥିତିର ସମୀକ୍ଷା କରିବା ସହ ଚିକିତ୍ସା ଓ ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ଏବଂ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରି ସୁରକ୍ଷିତ ଖାଦ୍ୟ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। 

May 3, 2026 - 21:09
 0  15
ବିଷାକ୍ତ ଖାଦ୍ୟଜନିତ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0