ବେଆଇନ ଗୋରୁ ଚାଲାଣ ପିକ ଅପ୍ ଜବତ।

ବେଆଇନ ଗୋରୁ ଚାଲାଣ ପିକ ଅପ୍ ଜବତ। ସରକାର ବଦଳିଛି ହେଲେ ବଦଳିନି ଗୋ ମାଫିଆ ଙ୍କ ପ୍ରାଦୁର୍ଭାବ। ବେଆଇନ ଗୋରୁ ଚାଲାଣ ବେଳେ ଗାଡି ଦୁର୍ଘଟଣା। ଗୋରକ୍ଷା କର୍ମୀ ଗୋ ବୋଝେଇ ଗାଡ଼ିକୁ ପିଛା କରିବାରୁ ରାସ୍ତାକଡ଼ ଗଛକୁ ଧକ୍କା ଦେଲା ଗୋରୁ ବୋଝେଇ ପିକଅପ୍‌। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍‌ପର ଫେରାର। ପିକଅପ୍‌ରୁ ୧୨ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ପୋଲିସର ଜିମା ଦେଲେ ଗୋରକ୍ଷା କର୍ମୀ। ଏଭଳି ଏକ ଘଟଣା ଘଟିଛି ସୋର ଅଞ୍ଚଳରେ। ବେଆଇନ ଗୋରୁ ଚାଲାଣକୁ ନେଇ ପୁଣି ଚର୍ଚ୍ଚା। ଆଜି ରାତି ପ୍ରାୟ ୩ଟା ସମୟରେ କୁପାରିରୁ ସୋର ଅଭିମୁଖେ ଏକ ପିକଅପ୍‌ରେ ୧୨ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ବୋଝେଇ କରି ନିଆଯାଉଥିବା ଅଭିଯୋଗ ହୋଇଛି। ଏହି ସମୟରେ ଗୋରକ୍ଷା କର୍ମୀମାନେ ପିକଅପ୍‌କୁ ପିଛା କରିଥିଲେ। ଗୋରକ୍ଷା କର୍ମୀଙ୍କ ପିଛା କରିବାରୁ ଖସିଯିବାକୁ ଉଦ୍ୟମ କରି ପିକଅପ୍‌ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛ କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲ୍‌ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଗୋରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ପିକଅପ୍‌ରେ ଅମାନୁଷିକ ଭାବେ ବୋଝେଇ ହୋଇଥିବା ଗୋରୁ ଗୁଡ଼ିକୁ ଉଦ୍ଧାର କରି ସୋର ପୋଲିସକୁ ହସ୍ତାନ୍ତର କରିଥିଲେ। ପରେ ପୋଲିସ ଉଦ୍ଧାର ଗୋରୁ ଗୁଡ଼ିକୁ ଗୋଶାଳାରେ ଛାଡ଼ିଥିବା ଜଣାପଡ଼ିଛି। ବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ,

Oct 13, 2026 - 11:14
 0  17
ବେଆଇନ ଗୋରୁ ଚାଲାଣ ପିକ ଅପ୍ ଜବତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0