ମଠକରଗୋଳା ମହାବିଦ୍ୟାଳୟ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ମଠକରଗୋଳା ମହାବିଦ୍ୟାଳୟ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ତା୧୫/୦୪/୨୦୨୬- ମଠକରଗୋଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା, ଭାରତ ସ୍କାଉଟ୍ ଓ ଗାଇଡ, ଯୁବ ରେଡକ୍ରସ୍ ଓ ଆମ ଗୌରବ - ଆମ କଲେଜ୍ ତତ୍ତ୍ୱାବଧାନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାଶ ଉଦଘାଟନ କରିବା ସହିତ ପ୍ରଥମ କରି ରକ୍ତ ଦାନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ରକ୍ତ ଦାନ ର ମହତ୍ତ୍ଵ
ଓ ଆବଶ୍ୟକତା ବିଷୟରେ ପ୍ରଥମେ ଅବଗତ କରାଇ ଥିଲେ। ଉକ୍ତ ରକ୍ତଦାନ ଶିବିର ଆୟୋଜନରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ- ଅଧ୍ୟାପିକା ସହିତ ସ୍ଥାନୀୟ ଯୁବକ ମାନେ ରକ୍ତ ଦାନ କରିଥଲେ। ଢେଙ୍କାନାଳ ଜିଲ୍ଲା ବ୍ଲଡ ବ୍ୟାଙ୍କ ଅଧିକାରୀ ପରମାନନ୍ଦ ପଣ୍ଡା ଏବଂ ତାଙ୍କ ଟିମ୍ ଙ୍କ ତତ୍ତ୍ୱାବଧାନରେ ମୋଟ ଉପରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଲଳିତ କୁମାର ବେହେରା, ସୋମନାଥ ପଣ୍ଡା, ନବ କିଶୋର ସି, ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଅର୍ଚ୍ଚିତା ମହାମାନସିଂ, ଶୁଭସ୍ମିତା ବିଶ୍ବାଳ ଓ ଫକୀର ମୋହନ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ। କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0