ଦନ୍ତାହାତୀ ଆକ୍ରମଣରେ ୧ ଗୁରୁତର,,
ଦନ୍ତାହାତୀ ଆକ୍ରମଣରେ ୧ ଗୁରୁତର, କାମାକ୍ଷାନଗର, ଆଙ୍କର-କାମାକ୍ଷାନଗର ଉପଖଣ୍ଡ ର ମହାବୀରରୋଡ଼ ରେଞ୍ଜର ଗଡ଼ପଳାଶୁଣୀ ଗ୍ରାମରେ ଏକ ଦାନ୍ତହାତୀ ଆକ୍ରମାଣରେ ଜଣେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ହେଲେ ଗଡ଼ପଳାଶୁଣୀ ଗ୍ରାମର କୋଲ୍ହ ସାହିର ବିନ ଚାତର (୩0) l ବିନ ଚାତର ବିଲକାମ ସାରି ଅପରାହ୍ନ ୫ ଟାରେ ଘରକୁ ଫେରୁଥିବା ବେଳେ ଦାନ୍ତହାତୀ ହାବୁଡ଼ରେ ପଡିଯାଇଥିଲେ l ହାତୀ ତାଙ୍କର ଡାହାଣ ପଟ ହାତରେ ପାଦ ପକାଇ ଦେଇଥିଲା l ଫଳରେ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ଛାତିରେ ଯନ୍ତ୍ରଣା ହୋଇଥିଲା l ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି lକାମାକ୍ଷା ନଗର ରୁ ଦିଲ୍ଲିପ କୁମାର ନାୟକ ରିପୋର୍ଟ ଓମ୍ ମିଡିଆ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0