ମାର୍କୋଣା ବିଜୁ ପଟନାୟକ ମିନି ଷ୍ଟାଡିୟମ ରେ ଚତୁର୍ଥ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି
ସିମୁଳିଆ ବ୍ଲକର ମାର୍କୋଣା ବିଲିଭର୍ସ କ୍ଲବ ପକ୍ଷରୁ ମାର୍କୋଣା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚତୁର୍ଥ ବାର୍ଷିକ ମାର୍କୋଣା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଦେଖିବା ପାଇଁ ଅଞ୍ଚଳର ଖେଳପ୍ରେମୀମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଥିଲା। ଫାଇନାଲ ମ୍ୟାଚରେ ଇମେଳ ଇଲେଭେନ ଭଦ୍ରକ ଟିମ୍ ଶକ୍ତିଶାଳୀ ପ୍ରଦର୍ଶନ କରି ପ୍ରତିପକ୍ଷ ସିଭଳା ପୁରୀ ଟିମ୍କୁ ୨-୦ ସେଟ୍ରେ ପରାଜିତ କରି ଚାମ୍ପିଅନ ହେବାର ସଫଳତା ହାସଲ କରିଥିଲା। ଖେଳ ଆରମ୍ଭରୁ ଇମେଳ ଇଲେଭେନ ଦଳ ଦମଦାର ଖେଳ ପ୍ରଦର୍ଶନ କରି ଦର୍ଶକ ହୃଦୟ ଜିତିଥିଲା। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଚାମ୍ପିଅନ ଟିମ୍କୁ ଟ୍ରଫି ସହିତ ୭୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହାସହିତ ରନର୍ସ-ଅପ୍ ଦଳକୁ ୫୦ ହଜାର ଟଙ୍କାର ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ କ୍ରିଡା ପ୍ରେମୀ ଓ ଯୁବମାନଙ୍କ ସହଭାଗିତାରେ ଏହି କ୍ରିକେଟ ଟୁର୍ନାମେଣ୍ଟ ଉତ୍ସବମୁଖର ପରିବେଶରେ ସଫଳତାର ସହ ଶେଷ ହୋଇଥିଲା। ଆୟୋଜକ ମାର୍କୋଣା ବିଲିଭର୍ସ କ୍ଲବ ପକ୍ଷରୁ ଅତିଥିମାନଙ୍କୁ ଓ ସମସ୍ତ ଦଳକୁ କୃତଜ୍ଞତା ଜଣାଯାଇଥିଲା। ସିମୁଳିଆ ରୁ ସମିର ସାହୁ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0