ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୫ ଟି ଜିଲ୍ଲାର ମୋଟ୍ ୨୨ ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କଲେ ।
ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୫ ଟି ଜିଲ୍ଲାର ମୋଟ୍ ୨୨ ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କଲେ ।
ବଡ଼ଚଣା: 21/09/2026...ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉଦୀୟମାନ ପକ୍ଷରୁ ୨୫ ତମ ରାଜ୍ୟସ୍ତରୀୟ ସାଧାରଣଜ୍ଞାନ, ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ଆଦି ପ୍ରତିଯୋଗିତା ଚଣ୍ଡିଖୋଲ ସ୍ଥିତ ଡିୟୁପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ହେଇଯାଇଛି।ଏଥିରେ ମୋଟ୍ ୫ ଗୋଟି ଜିଲ୍ଲାର ୨ ଶହ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ ମୋଟ୍ ୨୨ ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ସକାଳ ୧୦ ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ରେ ଶେଷ ହେଇଥିଲା। ଏହାକୁ ଆନୁଷ୍ଟାନିକ ଭାବେ ଅଧ୍ୟାପକ ବିଶ୍ବଜିତ୍ ମହାପାତ୍ର, ପ୍ରାକ୍ତନ ଶିକ୍ଷା ନିରୀକ୍ଷକ ରାମଚନ୍ଦ୍ର ଶୁକ୍ଳ, ସମାଜସେବୀ ଚନ୍ଦନ ନାୟକ ଫିତା କାଟି ଶୁଭାରମ୍ଭ କରିବା ପରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ହଲ ଭିତରକୁ ପ୍ରବେଶ କରିଥିଲେ ପରୀକ୍ଷା ସୁପର ଭାଇଜର ଭାବରେ ଶିକ୍ଷାବିତ ପ୍ରମୋଦ କୁମାର ଦାସ, କାହ୍ନୁଚରଣ ସାହୁ, ପ୍ରକାଶ କୁମାର ନାୟକ, ଅନୁଷ୍ଠାନର ସଭାପତି ଅବିନାଶ ଜେନା, ସଂପାଦିକା ଅରୁଣୀ ନନ୍ଦ, ମୁଖ୍ୟ ସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା, ଯୁଗ୍ମ ସଂପାଦକ ରଶ୍ମିରଂଜନ ଦାସ, ଡ଼ା କୈବଲ୍ୟ ମହାପାତ୍ର ସୁପରିଚାଳନା କରିଥିଲା ବେଳେ ବିଚାରକ ଭାବରେ ଡ଼ ସୁଧୀର ଚନ୍ଦ୍ର ସାମଲ, ଡ଼ ତୁହିଂନାଶୁ ରଥ,ଡ଼ ଦିଲ୍ଲୀପ କୁମାର ନାୟକ, ଡ଼ ନଟବର ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ, ମନୋରଞ୍ଜନ କର, ଅର୍ଜୁନ ଚରଣ ସାହୁ, ଜୟନାରାୟଣ ତ୍ରିପାଠୀ,ପ୍ରମୁଖ ଉଚିତ ବିଚାର କରିଥିଲେ। ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଗାୟତ୍ରୀ ରାଉତ, ସହ ସଂପାଦିକା ସୁଜାତା ସାମଲ, ଶିକ୍ଷୟତ୍ରୀ ରଶ୍ମିତା ସେଠୀ ପରିଚାଳନା ସଂପାଦିକା ରଶ୍ମିତା ଓଝା, ଇତିଶ୍ରୀ ପରିଡା, ଶର୍ମିଷ୍ଠା ଜେନା,ସ୍ବେଛାସେବୀ ଶେଷାବ୍ଧି ସାମନ୍ତରାୟ,ପ୍ରଭାତୀ ବରାଳ,ରାଧାରାଣୀ ରଥ, ସରସ୍ବତୀ ସିଂ,ସୋନାଲି ନାୟକ, ଜସ୍ମିତା ରାଉତ,ପ୍ରତାପ ଚନ୍ଦ୍ର ଦାସ,ଅନିଲ କୁମାର ପାତ୍ର, ଡମ୍ବରୁ ଧର ଜେନା, ସଂଜୀବ ସାମଲ, ଶ୍ରୀକାନ୍ତ ସିଂ, ସୁକାନ୍ତ ମହାପାତ୍ର,ବିପନ ବେହେରା, ପ୍ରଦୀପ ଜେନା,ସୁଶାନ୍ତ ଜେନା, ମଦନ ପରମାଣିକ, ସୁବାଷ ବେହେରା, ତାପସ ସ୍ବାଇଁ,ଅଜିତ ନାୟକ, ସାଗର ନାୟକ, ବିଜୟ ଜେନା ଆଇନଜୀବୀ ଦିବ୍ୟାସିଂ ପ୍ରମୁଖ। ଦ୍ୱିତୀୟ ପ୍ରଯ୍ୟାୟ ପ୍ରତିଯୋଗିତା ଅକ୍ଟୋବର ଦୁଇ ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ ଦିନ ସକାଳୁ ସଂଗୀତ, ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା କରାଯିବା ପରେ ସମସ୍ତ ବିଦ୍ୟାଳୟକୁ ଏହାର ଫଳାଫଳ ଜଣାଇଦିଆଯିବ ଏବଂ ଆସନ୍ତା ନଭେମ୍ବର ମାସ ଅନୁଷ୍ଠାନର ୨୫ ତମ ବାର୍ଷିକ ଉତ୍ସବ ରୋପ୍ୟ ଜୟନ୍ତୀ ଉତ୍ସବରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ରୋପ୍ୟଜୟନ୍ତୀ ଆବାହକ ଅନିଲ କୁମାର ଦାସ ସୂଚନା ଦେଇଛନ୍ତି। ରିପୋର୍ଟ ସୁଶାନ୍ତ କୁମାର ବେହେରା ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0