ରେଳ ଧାରଣା ରେ ଲାଗିଲା ନିଆଁ ଯିଏ ଦେଖିଲା ସେ ଛାନିଆ।

ରେଳ ଧାରଣା ରେ ଲାଗିଲା ନିଆଁ ଯିଏ ଦେଖିଲା ସେ ଛାନିଆ। ତା୦୪/୦୯/୨୦୨୬, ଶୁକ୍ରବାର, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଟ୍ରେନ ରୁ ବାହାରୁଛି ଭୟଙ୍କର ନିଆଁ ଦେଖିଲେ ଲାଗୁଛି ଡର।ଟିକେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ।ରେଲୱେ ପକ୍ଷରୁ ଟ୍ରାକ୍ ଉପରେ ବା (ରେଳ ଧାରଣା) ଉପରେ ଯାଉଛି ଏକ ଗ୍ରାଇଣ୍ଡିଂ ମେସିନ୍ । ଆଉ ସେଥିରେ ବଗିର ତଳ ପଟୁ କେମିତି ଅଗ୍ନି ବର୍ଷା ହେଉଛି । ଟ୍ରେନ୍ ଟି ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ ଦେଇ ବାହାରି କଟକ ଅଭିମୁଖେ ଯାଉଥିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ଏଇ ଦୃଶ୍ୟ ଦେଖି ଲୋକେ ଡରି ଯାଇଥିଲେ ।ଏହାକୁ ଦେଖିବାକୁ ରେଳ ଧାରଣା ପାର୍ଶ୍ବରେ ରହୁଥିବା ଲୋକେ ଘରୁ ପଦାକୁ ଧାଇଁ ଆସିଥିଲେ ।ଟ୍ରେନ୍ ରେ ନିଆଁ ଲାଗି ଯାଇଛି ବୋଲି ସମସ୍ତେ ଭାବିଥିଲେ ।କିନ୍ତୁ ପରବର୍ତ୍ତୀ ସମୟରେ ଏହା ରେଲୱେ ଟ୍ରାକ୍ ର ମରାମତି ବା ପଲିସ୍ ପାଇଁ ଏଭଳି ହେଉଥିବା ଜଣାପଡିଥିଲା ।ରେଳ ଧାରଣାର ପଲିସ୍ ପାଇଁ ରେଲୱେ ପକ୍ଷରୁ କିଛି ବର୍ଷର ବ୍ୟବଧାନ ପରେ ପାଣି ଓ ନିଆଁ ସିଞ୍ଚନ ମାଧ୍ୟମରେ ଟ୍ରାକ୍ ର ପଲିସ୍ ଏଭଳି ଢଙ୍ଗରେ କରାଯାଇଥାଏ ବୋଲି ଜଣାପଡିଥିଲା ।

Sep 4, 2026 - 17:34
 0  38
ରେଳ ଧାରଣା ରେ ଲାଗିଲା ନିଆଁ ଯିଏ ଦେଖିଲା ସେ ଛାନିଆ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0