ଶିରାପୁର ଖେଳାଇ ମନ୍ଦିରରେ ଉଡା ଓ ଝାମୁ ଯାତ୍ରା ପାଳିତ।
ଶିରାପୁର ଖେଳାଇ ମନ୍ଦିରରେ ଉଡା ଓ ଝାମୁ ଯାତ୍ରା ପାଳିତ। ମା ଦାଣ୍ଡ ଖେଳାଇ ଙ୍କ ଝାମୁ ଯାତ୍ରା ସହ ଉଡ଼ା ପର୍ବ ସୋର ବ୍ଲକ ସାଜନପୁର ପଞ୍ଚାୟତ ଅନ୍ତର୍ଗତ ଶିରାପୁର ଗ୍ରାମରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଦିନ ମାଆଙ୍କ ର ସ୍ଵତନ୍ତ୍ର ନିତି ଅନୁସାରେ ପୂଜା ଅନୁଷ୍ଠିତ ହୁଏ। ହଜାର ହାଜର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ମାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଉଡ଼ା ପର୍ବରେ ଉପସ୍ଥିତ ରହି ପାଟୁଆ ମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ମୁଖ୍ୟ ପୂଜକଙ୍କ କହିବା ଅନୁସାରେ କାଳାପାହାଡ ଭୟରେ ମା ଏକ ଅଶ୍ୱସ୍ଥ ଗଛ ହୁଡା ଲୋଚି ଥିଲେ। ସମଗ୍ର ସୋରରେ ସବୁଠାରୁ ଅଧିକ ସଂଖ୍ୟକ ୩୫୦ ରୁ ଉର୍ଦ୍ଧ୍ୱ ସାନ ବଡ଼ ପାଟୁଆ ମାନସିକ ପୂରଣ ପାଇଁ ମାଙ୍କ ଉଡ଼ା ଯାତ୍ରାରେ ଭାଗ ନେଇଥାନ୍ତି।ଏହି ଉଡ଼ା ପର୍ବ ଶହ ଶହ ବର୍ଷ ହେଲା ମହାସମାରୋହରେ ପାଳିତ ହୋଇ ଆସୁଛି। ଏହି ଉଡ଼ା ପର୍ବରେ ମା ଖେଳେଇ ଙ୍କ ଆଦେଶ ପରେ ନିର୍ଦିଷ୍ଟ ଏକ ସ୍ଥାନରେ ଗୋଟିଏ ଖୁମ୍ବ ପୋତାଯାଇଥାଏ। ଉକ୍ତ ଖୁମ୍ବରେ ଘଟ ପାଟୁଆଙ୍କ ସହ ସମସ୍ତ ପାଟୁଆ ମାନେ ଉଡ଼ି ଥାନ୍ତି। ଏହି ଉଡ଼ା ପର୍ବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପାଦିତ କରିବାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମା ଦାଣ୍ଡ ଖେଳାଇ ଟ୍ରଷ୍ଟ ମଧ୍ୟ ସହଯୋଗ କରେ। ଅର୍ଜୁନ ଗଛରେ ଖମ୍ବ ତିଆରି କରାଯାଏ। ଉଡା ଯାତ୍ରା ର ୧୫ ଦିନ ଆଗରୁ ପାଣି ଘଣ୍ଟ ବାହାରି ବିଭିନ୍ନ ଗ୍ରାମ ଭ୍ରମଣ କରିଥାଏ। ଏବଂ ଦୁଇଦିନ ଉଡା ଯାତ୍ରା ର ଦୁଇ ଦିନ ପୂର୍ବରୁ ନିଶା ଘଣ୍ଟ ବାହାରି ମାନସିକ ଥିବା ବ୍ୟକ୍ତି ମାନଙ୍କ ଘରକୁ ଯାଏ। ଖମ୍ବରେ ଉଡ଼ିବା ପୂର୍ବରୁ ପାଟୁଆ ମାନେ ପଟି ପାଖରୁ ଫେରି ନିଆଁ ଉପରେ ଚାଲିଥାନ୍ତି। ସାଜନପୁର ଯୁବକ ସଂଘ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ପାଟୁଆ, ଦାସି ତଥା ସାଧାରଣ ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସୋର ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
1
Love
0
Funny
0
Angry
0
Sad
0
Wow
0