୩୯ବର୍ଷରେ ଜୁନିଦାର ଝାମୁଯାତ୍ରା , ନିଆଁରେ ନାଚିଲେ ଶାରଳା ଦାସ,
୩୯ ବର୍ଷରେ ଜୁନିଦାର ଝାମୁଯାତ୍ରା , ନିଆଁରେ ନାଚିଲେ ଶାରଳା ଦାସ,
ହଜାର ହଜାର ଶ୍ରାଦ୍ଧାଳୁଙ୍କ ଭିଡ
ତା-୧୫/୪
ଦଶରଥପୁର ବ୍ଲକର ଜୁନିଦାପାଟଣା ଗ୍ରାମରେଥିବା ଶାରଳା ପୀଠରେ ପ୍ରସିଦ୍ଧ ଝାମୁଯାତ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଝାମୁଯାତ୍ରାଟି ପ୍ରାୟ ୩୯ ବର୍ଷରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହୋଇଆସୁଥିବାବେଳେ ଗ୍ରାମର ଶାରଳା ପୂଜକ ଶାରଦା ଦାସ ମା’ଙ୍କ ବିଗ୍ରହକୁ ମୁଣ୍ଡରେ ବସାଇ ନିଆଁରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଘଣ୍ଟ, ଢୋଲର ତାଳେତାଳେ ମା ଶାରଳାଙ୍କ ବିଗ୍ରହ ଧରି ଶାରଦା ଦାସ ନାଚିବାବେଳେ ଶ୍ରଦ୍ଧାଳୁମାନେ ମଧ୍ୟ ନାଚୁଥିବାର ଦେଖିବାକୁ ମିଳିଥିଲା । ପରେ ଖଣ୍ଡା, ତ୍ରିଶୂଳ, ଖଡ୍ଗ ଆଦି ଧରି ନୃତ୍ୟ ମଧ୍ୟ କରିଥିଲେ, ଗତ କାଲି ଠାରୁ କଳସ ଯାତ୍ରା, ନିଶିଘଣ୍ଟ, ଶୁଭାଧିବାସ, ଗୋ ପୂଜା, ମହାଯଜ୍ଞ, ସୂର୍ଯ୍ୟ ପୂଜା, ନାମସଂକ୍ରିତନ ଆଦି ୭ ଦିନ ବ୍ୟାପି ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଜି ପ୍ରସିଦ୍ଧ ଝାମୁଯାତ୍ରା ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳର ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜେଡି ସଭାପତି ସରୋଜ ମହାପାତ୍ର, କର୍ଣ୍ଣାଟ କେଶରୀ ଦାସ, ବିଜେପି ନେତା ଗୌତ୍ତମ ରାୟ, ସୁବାସ ମହାନ୍ତି, ସବ୍ୟସାଚି ଦାସ, ଇନ୍ଦ୍ରଜିତ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଝାମୁଯାତ୍ରା ସପ୍ତାହ ଧରି ଚାଲିବାକୁଥିବାବେଳେ ଝଙ୍କଡସ୍ଥ ଶାରଳା ପୀଠରୁ ଆସିଥିବା ଭକ୍ତମାନେ ଚିତାକର୍ଷକ ଘଣ୍ଟ ନୃତ୍ୟ ପରିବେଷଣ , ଭଜନସଂଧ୍ୟା , ଓଡିଶୀ ନୃତ୍ୟ କୀର୍ତ୍ତନ, ପ୍ରବଚନ, କୀର୍ତ୍ତନ ଓ ଚଣ୍ଡୀଯଜ୍ଞ ଆଦି କାର୍ଯ୍ୟ କରାଯାଇଥାଏ । ଶାରଳା ଦାସ ଘଣ୍ଟର ତାଳେତାଳେ ଖଣ୍ଡା ନାଚ, ତ୍ରୀଶୁଳ ନାଚ ସହିତ ମାଙ୍କ ବିଗ୍ରହକୁ ମୁଣ୍ଡରେ ମୁଣ୍ଡାଇ ନାଚ କରିଥିଲେ । ଏହାପରେ ଅଗ୍ନିକୁଣ୍ଡରେ ମଧ୍ୟ ନାଚ କରି ଶ୍ରଦ୍ଧାଳୁଙ୍କ ମନ ଜିଣିଥିଲେ । ଏହି କାର୍ଯ୍ୟକ୍ରମ ୭ ଦିନ ବ୍ୟାପି ୧୦୮ ବ୍ରହ୍ମଣଙ୍କୁ ସମ୍ବର୍ଦ୍ଧନା, ଚଣ୍ଡିପାଠ, ଘଣ୍ଟ ନୃତ୍ୟ(କାକଟପୁର ମା ଶାରଳା ପିଠ), ସାଧୁ ସମ୍ମିଳନୀ, ନାମଯଜ୍ଞ ଆଦି କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାକୁ ରାଜ୍ୟର ରାଉରକେଲା , ଭୁବନେଶ୍ୱର, ଜଗତସିଂହପୁର , କେନ୍ଦ୍ରପଡା , କଟକ , ଭଦ୍ରକ , ଯାଜପୁର ଆଦି ବିଭିନ୍ନ ଆଡୁ ଶାରଳାଭକ୍ତମାନେ ଆସି ଜୁନିଦା ଗ୍ରାମରେ ରହିଥାନ୍ତି । ମା ବିରଜା ମନ୍ଦିରର ମୁଖ୍ୟ ପୂଜକ ସରୋଜ କୁମାର ପତି, ଗିରିଧାରୀ ଦାସ, ସୂର୍ଯ୍ୟମଣୀ ପଢି, ବାଷୁଦେବ ଦାସ , ରଂଜନ ମାଝି , ମିହିର ସାହୁ, ସତ୍ୟବ୍ରତ ସାହୁ, ହୃଦାନ୍ଦ ସାହୁ , କୁଷ ମଲ୍ଲିକ , ରଂଜିତ କୁଅଁର, ଅରୁଣ କୁମାର ସାହୁ , ସରୋଜ କୁମାର ସାହୁ, ନିରାକାର ମାହୁନ୍ତ, ଶୁକାନ୍ତ ସାହୁ, ଦିଲିପ ସାହୁ, ଉମାକାନ୍ତ ସାହୁ, ସୁମିତ୍ରା ସାହୁ ପ୍ରମୁଖ ଝାମୁଯାତ୍ର ପରିଚାଳନା କରୁଥିବାବେଳେ ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ଯୁବ ପରିଷଦ ଭକ୍ତମାନଙ୍କ ପାଇଁ ଜଳଛତ୍ର ଆୟୋଜନ କରାଯାଇଥିଲା, ଏହି ଉତ୍ସବରେ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ।ବିରିପଟା ରୁ ମାନସ କୁମାର ସାହୁ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0