୮୦ ତମ ସ୍ୱାଧୀନତା ଦିବସ ପାଳନ କଲା ବିବେକାନନ୍ଦ ଶିକ୍ଷ୍ୟା ନିକେତନ,

୮୦ ତମ ସ୍ୱାଧୀନତା ଦିବସ ପାଳନ କଲା ବିବେକାନନ୍ଦ ଶିକ୍ଷ୍ୟା ନିକେତନ, ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସାରା ଭାରତବର୍ଷର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଛି ସ୍ବାଧୀନତା ଦିବସ, ଏହି ଦିବସ ପାଳନ କରିବାରୁ ବାଦ ପଡିନି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁନ୍ଦଳ ସାନ ବ୍ରାହ୍ମଣୀ ସ୍ଥିତ ବିବେକାନନ୍ଦ ଶିକ୍ଷ୍ୟା ନିକେତନ,ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଥମେ ବିବେକାନନ୍ଦ ଶିକ୍ଷ୍ୟା ନିକେତନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସକାଳୁ କୁନ୍ଦଳ ବଜାର ଦେଇ କୁନ୍ଦଳ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ପ୍ରଭାତ ପରିକ୍ରମା କରାଯାଇଥିଲା, ଏବଂ ପରେ ପରେ ବିବେକାନନ୍ଦ ଶିକ୍ଷ୍ୟା ନିକେତନରର ନିର୍ଦ୍ଦେଶକ ଦୁଷ୍ମନ୍ତ କୁମାର ପଣ୍ଡା ଓ ସମ୍ପାଦିକା ବନସ୍ମିତା ପଣ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ର ଛାତ୍ରୀ ମାନେ ପତାକା ଉତ୍ତୋଳନ ସ୍ଥାନକୁ ମୁଖ୍ୟଅତିଥି ଭାବେ କୁନ୍ଦଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ରାଉତଙ୍କୁ ପାଛୋଟି ଆଣିଥିଲେ, ପୂର୍ବତନ ସରପଞ୍ଚ ପତାକା ଉତ୍ତୋଳନ କରିବା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରିବା ସହ ବିଭିନ୍ନ ଦେଶାଆତ୍ମୋବୋଧକ୍ ନାଚ ଗୀତ ଗାନ କରିବା ସହ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ସ୍ଳୋଗାନ ଦିଆଯାଉଥିବା ଦେଖାଯାଇଥିଲା,ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷୟତ୍ରୀ ନିରୁପମା ସାମଲ,ସବିତା ବେହେରା, ସୁନୀତା ନାୟକ,କମଳିନୀ ଓଝା,ପ୍ରିୟଙ୍କା ପ୍ରିୟଦର୍ଶନୀ ସାମଲ,ସୋନାଲି ଜେନା,ଭାରତୀ ସାମଲ,ମମତା ପ୍ରଧାନ ପ୍ରଭୁତି ସମସ୍ତ ସହୋଜୋଗ କରିଥିଲେ,ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ନାୟକ ଏହି ୮୦ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତ ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିବା ଜଣାପଡିଛି,

Aug 16, 2026 - 17:26
 0  80
୮୦ ତମ ସ୍ୱାଧୀନତା ଦିବସ ପାଳନ କଲା ବିବେକାନନ୍ଦ ଶିକ୍ଷ୍ୟା ନିକେତନ,

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0