ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ଆର୍ଥିକ ସହାୟତା ଓ ସାଇକେଲ ପ୍ରଦାନ ,,

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ଆର୍ଥିକ ସହାୟତା ଓ ସାଇକେଲ ପ୍ରଦାନ ଧର୍ମଶାଳା, ରୁ କୁଲୁ ବରାଳ ଙ୍କ ରିପୋର୍ଟ ଓମ୍ ମିଡ଼ିଆ ୨୯ା ୯( ): ଧର୍ମଶାଳା ଅଂଚଳର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଅନାଟନରେ ଥିବା ଲୋକମାନଙ୍କୁ ସହାୟତା ପ୍ରଦାନ ଜାରିରହିଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ମାଧ୍ୟମରେ ବିଧାୟକ ଶ୍ରୀ ସାହୁ ବିଧାୟକ ନହେବା ପୁର୍ବରୁ ଦୀର୍ଘ ବର୍ଷ ହେଲା ଅସହାୟ , ଗରିବ, ଦଳିତ ଓ ନିଷ୍ପେଶିତ ଲୋକମାନଙ୍କୁ ସହାୟତା ଯୋଗାଇ ଅସୁଛନ୍ତି । ବିଧାୟକ ହେବା ପରେ ଶ୍ରୀ ସହୁ ନିଜ ନିର୍ବାଚନ ମଣ୍ଡଳୀ ଓ ପଡୋଶୀ ଅଂଚଳର ଅଭାବଗ୍ରସ୍ତ ଲୋକମାନଙ୍କୁ ସହାୟତାର ହାତ ବଡାଇ ଚାଲିଛନ୍ତି । ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ଟ୍ରଷ୍ଟ ପକ୍ଷରୁ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟପୁର ପଂଚାୟତ ଜେମାଦେଇପୁର ଗ୍ରାମର ଦିବ୍ୟାଙ୍ଗ ଚିତ୍ରସେନ ଦଳାଇ,ଝିଅର ସ୍କୁଲ ଯିବାକୁ ସାଇକେଲ କିଣିବା ଲାଗି ସିଂହାପୁର ପଂଚାୟତ ବ୍ରାହ୍ମଣବାଡ ଗ୍ରାମର ରିୟା ସାହୁ, ଗରିବ ଲୋକର ସାଇକେଲ କିଣିବା ପାଇଁ ପାଟପୁର ପଂଚାୟତ ଖରିପଡିଆ ଗ୍ରାମର ଭୀମସେନ ବେହେରା, ବୟସାଧିକ ବ୍ୟକ୍ତିଙ୍କ ସାଇକେଲ ପାଇଁ ନେଉଳପୁର ଗ୍ରାମର ଜୟରାମ ସାହୁ, ଝିଅ ବିବାହ ନିମନ୍ତେ ପାଟପୁର ପଂଚାୟତ ବଡବାରିସାହି ଗ୍ରାମର ସଂଯୁକ୍ତା ମଲିକଙ୍କୁ ଆଜି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବିଧାୟକ ଶ୍ରୀ ସାହୁଙ୍କ ଗରିବ ଓ ଅସହାୟମାନଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ନିର୍ବାଚନ ମଣ୍ଡଳୀବାସୀ ବିଧାୟକଙ୍କୁ ପ୍ରଶଂସା କରିଛନ୍ତି ।

Sep 29, 2026 - 19:56
 0  8
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ଆର୍ଥିକ  ସହାୟତା ଓ ସାଇକେଲ ପ୍ରଦାନ ,,

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0