ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା,,
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା
ଯାଜପୁର, ୧। ୮।୨୬/
ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଂଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗରିବଙ୍କୁ ସହାୟତା ପ୍ରଦାନ କରାଯାଇଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଟ୍ରଷ୍ଟ୍ରର ସଦସ୍ୟ ମାନେ ବିଭିନ୍ନ ସ୍ଥାନକୁ ଯାଇ ଅସହାୟ ଲୋକମଙ୍କୁ ସହାୟତା ପ୍ରଦାନ କରିଥାନ୍ତି। ଏହିକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଟ୍ରଷ୍ଟ ପକ୍ଷରୁ ଝିଅର ଉଚ୍ଚ ଶିକ୍ଷା ଲାଗି ବାରବାଟୀ ପଂଚାୟତ ବେତଣ୍ଡା ଗ୍ରାମର ପ୍ରମୋଦ କୁମାର ନାୟକ, ଝିଅ ବାହାଘର ନିମନ୍ତେ କଲଣ ଗ୍ରାମର ସର ମଲିକ। ମୁଣ୍ଡ ଫାଟିଯାଇଥିବା ନାଠୂଆବର ପଂଚାୟତ ଟାକୁଆଠେଙ୍ଗ ଗ୍ରାମର ହରି ଭୂୟାଁ, ଆର୍ଥିକ ଅନାଟନରେ ଥିବା ନାଠୁଆବର ପଂଚାୟତ ଆଦମପୁର ଗ୍ରାମର ରାଣୀ ବାରିକ, ଉଚ୍ଚ ଶିକ୍ଷାଲାଗି ନଠୁଆବର ପଂଚାୟତ ଟାକୁଆଠେଙ୍ଗ ଗ୍ରାମର ଓମପ୍ରକାଶ ପରିଡା, ଘର ନିର୍ମାଣ ନିମନ୍ତେ ଟାକୁଆଠେଙ୍ଗ ଗ୍ରାମର ନିରଞ୍ଜନ ପରିଡା, ଆଖି ର ଚିକିତ୍ସା ନିମନ୍ତେ ସମ୍ପାରୁ ପଂଚାୟତ କାଦୁଅମାଗୁରା ଗ୍ରାମର ରାଜେନ୍ଦ୍ର ଦେଉରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଂଚି ଆର୍ଥିକ ସହାୟତା ଦେଇଛନ୍ତି। କରୋନା କାଳରୁ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ଗରିବ, ଦିନମଜୁରିଆ ଓ ଅସହାୟ, ଦଳିତ ଓ ନିସପେଷିତ ଲୋକମାନଙ୍କୁ ସହାୟତା ପ୍ରଦାନ ଅଦ୍ୟାବଧି ଜାରିରହିଛି। ଆଗକୁ ଅସହାୟ, ଅବହେଳିତ ଓ ନିଷ୍ପେଶିତ ଲୋକମାନଙ୍କୁ ଏଭଳି ସହାୟତା ଯୋଗାଇଦିଆଯିବ ବୋଲି ଟ୍ରଷ୍ଟର ନିର୍ଦ୍ଦେଶକ ତଥା ଧର୍ମଶାଳା ବିଧାୟକ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ଧର୍ମଶାଳା ରୁ କୁଲୁ ବରାଳ ଙ୍କ ରିପୋର୍ଟ ଓମ୍ ମିଡ଼ିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0