ଆଇ. ଆଇ. ଟି ଭୁବନେଶ୍ୱର ସହିତ ସଂସ୍କାର ପବ୍ଲିକ ସ୍କୁଲର ଚୁକ୍ତିନାମା*।
*ଆଇ. ଆଇ. ଟି ଭୁବନେଶ୍ୱର ସହିତ ସଂସ୍କାର ପବ୍ଲିକ ସ୍କୁଲର ଚୁକ୍ତିନାମା*। କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ଓ ଖାରବେଳ ଏକାଡେମୀର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଆଇ. ଆଇ. ଟି ଏବଂ ଗାନ୍ଧୀ ଇଞ୍ଜିନିୟରିଂ କଲେଜକୁ ଏକ ଶିକ୍ଷାମୂଳକ ଭ୍ରମଣ କରିଥିଲେ। ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଉକ୍ତ ଶିକ୍ଷାନୁଷ୍ଠାନ ପରିସର ପରିଦର୍ଶନ, ବିଭିନ୍ନ ବିଭାଗ ଭ୍ରମଣ, 3D ଏନିମେସନ ଶୋ, ଡ୍ରୋନ ଶୋ ଓ ବିଶେଷଜ୍ଞ ମାନଙ୍କ ସହ ସଂଯୋଗ ସ୍ଥାପନ କରିଥିଲେ, ଯାହାକି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବିଷୟରେ ପ୍ରୟୋଗିକ ଧାରଣା ଦେବାରେ ସହାୟକ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ ଚାଟାର୍ଜୀ ଏବଂ ପ୍ରତିଷ୍ଠାତା ଡକ୍ଟର ମଳୟ ରଞ୍ଜନ ପତିଙ୍କ ଉପସ୍ଥିତିରେ ଆଇ. ଆଇ. ଟି ଭୁବନେଶ୍ୱର ସହ ବିଦ୍ୟାଳୟର ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଅଛି। ଏହି ଚୁକ୍ତିନାମା ଅନୁଯାୟୀ ପ୍ରତ୍ୟେକ ବର୍ଷ ୧୫ ଜଣ ଛାତ୍ରଛାତ୍ରୀ ଓ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଇ.ଆଇ.ଟି ଭୁବନେଶ୍ୱରରେ ବିଶେଷ ପ୍ରଶିକ୍ଷଣ ଦିଆଯିବା ସହ ଅନ୍ୟାନ୍ୟ ଶିକ୍ଷାଗତ ସହଯୋଗ ଏବଂ ପ୍ରାଯୁକ୍ତିକ ସହାୟତା ପ୍ରଦାନ କରାଯିବ । କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0