ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ସିମୁଳିଆ ବ୍ଲକ ପରିସରରେ ପାଳିତ,,

ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ସିମୁଳିଆ ବ୍ଲକ ପରିସରରେ ପାଳିତ ସିମୁଳିଆ, ୧୩ ଏପ୍ରିଲ: ଓଡ଼ିଆ ପକ୍ଷ ୨୦୨୬ ଅବସରରେ “ଆମ ରୁଚି ଆମ ଖାଦ୍ୟ” ନାମକ ଏକ ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମ ଆଜି ସିମୁଳିଆ ଅଞ୍ଚଳରେ ବିଶେଷ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଛି। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆଗେଇ ନେଇଥିଲେ କାର୍ଯ୍ୟକ୍ରମରେ ସିମୁଳିଆ ବିଡିଓ ଶ୍ରୀ ସୁନୀଲ କୁମାର ଟୁଡୁ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଚେୟାରମ୍ୟାନ ଶ୍ରୀ ବାବାଜୀଚରଣ ମଲ୍ଲିକ, ଉପ-ଚେୟାରମ୍ୟାନ ଶ୍ରୀମତୀ ହିମାଦ୍ରି ମହାପାତ୍ର ସହ ଅନ୍ୟାନ୍ୟ ପିଆରଆଇ ସଦସ୍ୟମାନେ ଉପସ୍ଥିତ ଥିଲେ। ସମସ୍ତଙ୍କର ସକ୍ରିୟ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିଥିଲା। ଏହି ଅବସରର ମୁଖ୍ୟ ଆକର୍ଷଣ ଥିଲା ପାରମ୍ପରିକ ଓଡ଼ିଆ ଖାଦ୍ୟ “ପାଖାଳ” ଭୋଜନ। ସମସ୍ତ ଅତିଥି ଓ ସଦସ୍ୟମାନେ ଏକତ୍ରିତ ସହିତ ବସି ପାଖାଳ ଭୋଜନ କରିଥିଲେ ଏବଂ ଓଡ଼ିଆ ପାରମ୍ପରିକ ଖାଦ୍ୟର ସ୍ୱାଦ ଉପଭୋଗ କରିଥିଲେ। ଏହା ମାଧ୍ୟମରେ ଓଡ଼ିଆ ଖାଦ୍ୟ ସଂସ୍କୃତି ପ୍ରତି ସମସ୍ତଙ୍କର ଆସକ୍ତି ଓ ଗର୍ବ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଐତିହ୍ୟ ଓ ପାରମ୍ପରିକ ଖାଦ୍ୟ ପ୍ରତି ସମ୍ମାନ ବଢ଼ିବା ସହିତ ନୂତନ ପିଢ଼ୀ ମଧ୍ୟରେ ସଚେତନତା ଜାଗୃତ ହୋଇଛି। ସେହିପରି, ସମାଜରେ ସମ୍ପ୍ରୀତି, ଏକତା ଓ ସାଂସ୍କୃତିକ ଗର୍ବର ସନ୍ଦେଶ ମଧ୍ୟ ପ୍ରଚାରିତ ହୋଇଛି। ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ

Apr 13, 2026 - 19:51
Apr 13, 2026 - 19:56
 0  37
ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ସିମୁଳିଆ  ବ୍ଲକ ପରିସରରେ ପାଳିତ,,

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0