ଇସ୍ କଫ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ହୋଲି ଜେଶସ୍ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀକାମିନୀ ନାୟକଙ୍କ ନେପାଳ ଗସ୍ତ,,
ଇସ୍ କଫ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ହୋଲି ଜେଶସ୍ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀକାମିନୀ ନାୟକଙ୍କ ନେପାଳ ଗସ୍ତ ବଡ଼ଚଣା : ଭାରତ - ନେପାଳ ମୈତ୍ରୀ ସଂଘ ର ନିମନ୍ତ୍ରଣ କ୍ରମେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସ୍କଫ୍ ) ର ଏକ ୩୦ ଜଣିଆ ସର୍ବ ଭାରତୀୟ ପ୍ରତିନିଧି ଦଳ, ସର୍ବ ଭାରତୀୟ ସାଧାରଣ ସଂପାଦକ ବିଜୟ କୁମାର ପଢ଼ିଆରୀଙ୍କ ନେତୃତ୍ବର ଆଜି ନେପାଳ ଯାତ୍ରା କାରିଛନ୍ତି। ପ୍ରତିନିଧି ମାନେ ନେପାଳର ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବା ସଙ୍ଗେ ସଙ୍ଗେ ଭାରତ ନେପାଳ ଦ୍ୱିପାକ୍ଷିକ ବିକାଶ ଉପରେ ଆଲୋଚନା କରିବା ସହିତ ବିଭିନ୍ନ ଆଲୋଚନା ଚକ୍ର ଓ ସାଂସ୍କୃତିକ ସମାବେଶରେ ଯୋଗ ଦେବାର କାର୍ଯକ୍ରମ ରହିଛି। ଓଡ଼ିଶାର ଅନ୍ୟ ପ୍ରତିନିଧି ମାନଙ୍କ ସହ ଓଡ଼ିଶା ଶିକ୍ଷକ ମହାସଂଘର ସାଧାରଣ ସଂପାଦକ ଅଧ୍ୟାପକ ଦୁଷ୍ମନ୍ତ ନାୟକ ଓ ବି କେ ଚାରି ଟେବୁଲ୍ ଟ୍ରଷ୍ଟ ତଥା ଧାନ ମଣ୍ଡଳ ସ୍ଥିତ ହୋଲି ଜେସସ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ କାମିନୀ ନାୟକ ଆଜି ନେପାଳ ଯାତ୍ରା କରିଛନ୍ତି। ପ୍ରତିନିଧି ଦଳ ସେଠାରେ ସାତ ଦିନ ଅବସ୍ଥାନ କରିବେ। ସର୍ବ ଭାରତୀୟ ୩୦ ଜଣିଆ ପ୍ରତିନିଧି ଦଳରେ ସୁଶ୍ରୀ ନାୟକ ସ୍ଥାନ ପାଇଥିବାରୁ ଏହା ମୁଖ୍ୟତଃ ବଡଚଣା ତଥା ଯାଜପୁର ଜିଲ୍ଲା ପାଇଁ ଖୁବ୍ ଗର୍ବ ଓ ଗୌରବର କଥା। ଅଧ୍ୟକ୍ଷା ସୁଶ୍ରୀ ନାୟକଙ୍କ ଯଦି ଅତୀତ ଇତିହାସ ପୃଷ୍ଠା ଉନ୍ମୋଚନ କରାଯାଏ ତେବେ ଏହିଭଳି ବହୁ ସର୍ବ ଭାରତୀୟ ପ୍ରତିନିଧି ଦଳଙ୍କ ସହିତ ସାମିଲ୍ ହୋଇ ଭାରତର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ପ୍ରତିନିଧତ୍ଵ କରିଥିବା ଦେଖିବାକୁ ମିଳେ। ଆଜିର ଗସ୍ତ ଅନ୍ୟ ମାନଙ୍କ ପାଇଁ ନୂଆ ହେଲେ ତାଙ୍କ ପାଇଁ ପୁରୁଣା। ଅତୀତରେ ସେ ଏହିଭଳି ପ୍ରତିନିଧି ଦଳଙ୍କ ସହିତ ଜଡିତ ହୋଇ ଦେଶ ଭିତରେ ଓ ବାହାରେ ଗସ୍ତ କରି ବହୁ ସୁନାମ ଓ ପ୍ରଶଂସା ପାଇଥିବାର ବହୁ ନଜିର୍ ରହିଛି। ଆଜିର ଏହି ଯାତ୍ରା ନିମନ୍ତେ ଅଧ୍ୟକ୍ଷା କାମିନୀ ନାୟକଙ୍କୁ ବଡଚଣା ଅଞ୍ଚଳର ବହୁ ବୁଦ୍ଧିଜିବୀ,ଶିକ୍ଷାବିତ୍, ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ,ସଦସ୍ୟା, ବରିଷ୍ଠ ନାଗରିକ ମାନେ ତାଙ୍କର ଏହି ନେପାଳ ଗସ୍ତ ସଫଳ ହେବା ପାଇଁ କାମନା କରିବା ସହ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।ବଡ଼ଚଣା ରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0