ଉତ୍କଳମଣି ସେବା ସଙ୍ଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ,,,
*ଉତ୍କଳମଣି ସେବା ସଙ୍ଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ
*
ଧର୍ମଶାଳା ,୦୧/୦୪ (ଓମ ମିଡ଼ିଆ :କୁଲୁ ବରାଳ )
: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧିନ ଜେନାପୁର ଐତିହାସିକ ବାଲିଯାତ୍ରା ପଡିଆ ଠାରେ ଥିବା ଗୋପବନ୍ଧୁ ସ୍ମୃତିପୀଠ ପ୍ରାଙ୍ଗଣରେ ଉତ୍କଳ ଦିବସ (ଓଡିଆ ଦିବସ) ପାଳିତ ହୋଇଯାଇଛି । ଏହି ଦିବସରେ ସଙ୍ଗଠନର ସଭାପତି ଲୋକନାଥ ପୁରୀ ଗୋପବନ୍ଧୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପୂର୍ବ ପୁରୁଷଙ୍କ ଐତିହ୍ଯ,କଳା ସଂସ୍କୃତି ଓ ଓଡିଶା ଗଠନ ଉପରେ ଆଲୋକପାତ ଥିଲେ । ପରେ ପରେ ବରିଷ୍ଟ ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ମଲ୍ଲିକ ମହାପୁରୁଷଙ୍କ ଜୀବନି ଓ ଐତିହ୍ଯ କୁ ମନେ ପକାଇଥିଲେ । ଏବଂ ଯାହା ଆଜି ଭାଷା ଓ ସଂସ୍କୃତି ଭିତ୍ତିରେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ସ୍ମୃତି ବହନ କରିଆସିଛି । ଆଜିର ଏହି ଗୌରବମୟ ଦିନ ଆମକୁ ସ୍ମରଣ କରାଏ ଆମ ଓଡ଼ିଶାର ଅଶୌର୍ଯ୍ୟ, ସଂସ୍କୃତି, ପାରମ୍ପରିକତା ଓ ଐତିହ୍ୟର କଥା, ମାଟିର ଭାଷା, କଳା ଓ ସଂସ୍କୃତି ଆମର ଗର୍ବ ଓ ପରିଚୟ ସୃଷ୍ଟି କରିଛି । ଏହି ପବିତ୍ର ଦିବସ ଅବସରରେ ସମସ୍ତେ ଏକତ୍ର ହୋଇ ଓଡ଼ିଶାର ଉନ୍ନତି ଓ ଗୌରବକୁ ଆଗକୁ ନେବାର ସଙ୍କଳ୍ପ ନେଇ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ସଙ୍ଗଠନର ସଭାପତି ଲୋକନାଥ ପୁରୀ,ସମ୍ପାଦକ ମହେଶ୍ୱର ଖଟୁଆ,କୋଷାଧ୍ଯକ୍ଷ ରାମଚନ୍ଦ୍ର ମହାନ୍ତି,ଯୁଗ୍ମକୋଷାଧ୍ୟକ୍ଷ କୁନିଲ ରାଉତ,ସଂଯୋଜକ ନିଷ୍କାନ୍ତ ଖଟୁଆ,ବିରିଷ୍ଟ ଉପଦେଷ୍ଟା ମଣ୍ତଳୀର ରବିନ୍ଦ୍ର ନାରାୟଣ ଦାସ,ପ୍ରତାପ ଚନ୍ଦ୍ର ଦାସ,ବିଷ୍ଣୁ ଚରଣ ଓଝା,ପ୍ରମୋଦ ମଲ୍ଲିକ,କ୍ଷେତ୍ରବାସୀ ରାଉତ,ସୁଦର୍ଶନ ପ୍ରଧାନ,ଅର୍ଜୁନ ଚରଣ ଦାସ ସଭ୍ୟ ନିର୍ମାଲ୍ୟ ପ୍ରଧାନ,ରାଜେସ ବେହେରା ପ୍ରମୁଖ ଉପସ୍ଥିତ ରହି ଉତ୍କଳ ଦିବସ ପାଳନ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0