ଏନ୍ ସି ସି ପକ୍ଷରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ।

ଏନ୍ ସି ସି ପକ୍ଷରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ। ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ର ଏନ୍ ସି ସି ବିଭାଗ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ରାଉତଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାରଯ୍ୟକ୍ରମରେ ଢ଼େଙ୍କାନାଳ ସ୍ଥିତ ୧୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ର କମାଣ୍ଡିଙ୍ଗ ଅଧିକାରୀ କର୍ଣେଲ ସି ସି ନାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏକ ଶହ କ୍ୟାଡେଟଙ୍କୁ ନେଇ ବିଦ୍ୟାଳୟ ଖେଳ ପଡ଼ିଆ ଚତୁର୍ପାର୍ଶ୍ୱରେ ଶିଶୁ, ଚନ୍ଦନ , ଅଶୋକ ପ୍ରଭୃତି ଏକଶହ ବୃକ୍ଷ ରୋପଣ କରାଯାଇଥିଲା । ବର୍ତ୍ତମାନ ବିଶ୍ୱରେ ଅମ୍ଳଜାନ ଅଭାବ ଓ ଅଙ୍ଗାରକାମ୍ଳ ବୃଦ୍ଧି ଜନିତ ସଙ୍କଟରୁ ରକ୍ଷା ପାଇବା ପାଇଁ ବୃକ୍ଷ ହିଁ ଏକ ମାତ୍ର ବିକଳ୍ପ ଅଟେ । କେବଳ ବନ ମହୋତ୍ସବ ସପ୍ତାହ ନୁହେଁ ବରଂ ପ୍ରତିଟି ସମୟରେ ସବୁଜ ସୁନ୍ଦର ପୃଥିବୀ ବିଷୟରେ ସମସ୍ତେ ଚିନ୍ତା କରିବା ଉଚିତ ବୋଲି ଶ୍ରୀ ନାଗ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍ ସି ସି ଫାଷ୍ଟ ଅଫିସର ଧ୍ରୁବଚରଣ ସୁନ୍ଦରାୟ ପରିଚାଳନା କରିଥିଲେ । ଏନ୍ ସି ସି କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ସମେତ ସିଟିଓ ଗୀତା ମହାପାତ୍ର , ଶିକ୍ଷକ ସୁରେଶ କୁମାର ବିଶ୍ୱାଳ , ରୁଦ୍ରନାରାୟଣ ପରିଡ଼ା , ବାନାର୍ଜୀ ମହାନ୍ତି, ଶିକ୍ଷୟିତ୍ରୀ କବିତା ରାଉତ ଶିକ୍ଷା କର୍ମଚାରୀ ରବିନାରାୟଣ ରାଉତ , ଶାନ୍ତନୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକଙ୍କ ରିପୋର୍ଟ ଓମ ମିଡ଼ିଆ,,

Jul 2, 2026 - 19:35
 0  6
ଏନ୍ ସି ସି ପକ୍ଷରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0